ଭୁବନେଶ୍ୱର: ଦୀର୍ଘ ଦିନର ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ଏବଂ ଏହି ଅଞ୍ଚଳରେ ରେଳ ସଂଯୋଗୀକରଣକୁ ଉନ୍ନତ କରିବା ଉଦ୍ଦେଶ୍ୟରେ, ରେଳ ମନ୍ତ୍ରଣାଳୟ ହରିଶ୍ଚନ୍ଦ୍ରପୁରମ ପିଏଚ୍, ମନ୍ଦାସା ରୋଡ୍ ଏବଂ ପାତପଟନମ୍ ରେଳ ଷ୍ଟେସନରେ ପରୀକ୍ଷାମୂଳକ ଭାବରେ କିଛି ଯାତ୍ରୀବାହୀ ପାସେଞ୍ଜର ଏବଂ ଏକ୍ସପ୍ରେସ୍ ଟ୍ରେନ ଗୁଡିକର ରହଣି ପାଇଁ ଅନୁମୋଦନ କରିଛି ।
ଏହି ଅତିରିକ୍ତ ରହଣିଗୁଡ଼ିକ ନିକଟବର୍ତ୍ତୀ ଅଞ୍ଚଳରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଯାତ୍ରା ସୁବିଧା ଏବଂ ସୁଗମ୍ୟତାକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିବ ବୋଲି ଆଶା କରାଯାଉଛି ।୨୦ ମାର୍ଚ୍ଚ ୨୦୨୬ ଠାରୁ କାର୍ଯ୍ୟକାରୀ ହେଉଥିବା ସମସ୍ତ ରହଣି ଗୁଡିକର ବିବରଣୀ ନିମ୍ନରେ ଦିଆଗଲା:
ଟ୍ରେନ ନମ୍ବର ୫୮୫୦୬ ବିଶାଖାପାଟଣା-ଗୁଣୁପୁର ପାସେଞ୍ଜର ହରିଶ୍ଚନ୍ଦ୍ରପୁରମ୍ ପି ଏଚରେ ସକାଳ ୮ଟା ୩୩ରେ ପହଞ୍ଚିବ ଏବଂ ସକାଳ ୮ଟା ୩୪ରେ ପ୍ରସ୍ଥାନ କରିବ ।
ସେହିପରି ଫେରିବା ଦିଗରେ, ଟ୍ରେନ ନମ୍ବର ୫୮୫୦୫ ଗୁଣୁପୁର-ବିଶାଖାପାଟଣା ପାସେଞ୍ଜର ହରିଶ୍ଚନ୍ଦ୍ରପୁରମ୍ ପି ଏଚରେ ସନ୍ଧ୍ୟା ୧୭ଟା ୧୮ରେ ପହଞ୍ଚିବ ଏବଂ ସନ୍ଧ୍ୟା ୧୭ଟା ୧୯ରେ ପ୍ରସ୍ଥାନ କରିବ ।
ଟ୍ରେନ୍ ନମ୍ବର ୧୮୫୨୬ ବିଶାଖାପାଟଣା-ବ୍ରହ୍ମପୁର ଏକ୍ସପ୍ରେସ ମନ୍ଦାସା ରୋଡରେ ସନ୍ଧ୍ୟା ୧୯ଟା ୩ରେ ପହଞ୍ଚିବ ଏବଂ ୧୯ଟା ୪ରେ ପ୍ରସ୍ଥାନ କରିବ । ଫେରିବା ଦିଗରେ, ଟ୍ରେନ ନମ୍ବର ୧୮୫୨୫ ବ୍ରହ୍ମପୁର-ବିଶାଖାପାଟଣା ଏକ୍ସପ୍ରେସ ମନ୍ଦାସା ରୋଡରେ ସକାଳ ୧୦ଟା ୩୮ରେ ପହଞ୍ଚିବ ଏବଂ ୧୦ଟା ୩୯ରେ ପ୍ରସ୍ଥାନ କରିବ ।
ଟ୍ରେନ ନମ୍ବର ୧୮୧୧୭ ରାଉରକେଲା-ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସ ୧୧ଟା ୫୧ରେ ପାତପଟନମ୍ ରେ ପହଞ୍ଚିବ ଏବଂ ୧୧ଟା ୫୨ରେ ପ୍ରସ୍ଥାନ କରିବ । ଫେରିବା ଦିଗରେ, ଟ୍ରେନ ନମ୍ବର ୧୮୧୧୮ ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ ପାତପଟନମ୍ ରେ ସନ୍ଧ୍ୟା ୧୭ଟା ୧୨ରେ ପହଞ୍ଚିବ ଏବଂ ୧୭ଟା ୧୩ରେ ପ୍ରସ୍ଥାନ କରିବ ।
ଯାତ୍ରୀମାନଙ୍କୁ ଅନୁରୋଧ ସେମାନେ ଏହି ପରୀକ୍ଷାମୂଳକ ରହଣି ଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଉନ୍ନତ ଯାତ୍ରା ସୁବିଧାର ଉପଯୋଗ କରନ୍ତୁ ।