Latest Odisha News

ଗର୍ଭବତୀ ମହିଳା ନେଇପାରିବେ ଫାଇଜର୍‌ କିମ୍ବା ମଡର୍ନା ଟିକା

ନୂଆଦିଲ୍ଲୀ: ବ୍ରିଟେନରେ ଗର୍ଭବତୀ ମହିଳାମାନେ ଫାଇଜର୍‌ କିମ୍ବା ମଡର୍ନା ଟିକା ନେବା ଉଚିତ ବୋଲି ବ୍ରିଟିଶ ବିଶେଷଜ୍ଞ ମତ ଦେଇଛନ୍ତି।

(JCVI) କହିଛି ଯେ ଆମେରିକାରେ ପ୍ରାୟ ୯୦,୦୦୦ ଗର୍ଭବତୀ ମହିଳାଙ୍କୁ ଟିକାକରଣ କରାଯାଇଛି।

ଏଥିରେ କୁହାଯାଇଛି ଯେ ଏହି ତଥ୍ୟକୁ ଆଧାର କରି ଜେସିଭିଆଇ ପରାମର୍ଶ ଦେଇଛି ଯେ ବ୍ରିଟେନରେ ଗର୍ଭବତୀ ମହିଳାଙ୍କୁ ଉପଲବ୍ଧ ଥିବା ସ୍ଥାନରେ ଫାଇଜର-ବାୟୋ ଟେକ୍ କିମ୍ବା ମଡର୍ନା ଟିକା ଦିଆଯିବା ଉଚିତ। ତେବେ ଗର୍ଭବତୀ ମହିଳାଙ୍କ ପାଇଁ ଅନ୍ୟ ଟିକା ଅସୁରକ୍ଷିତ କିନ୍ତୁ ଏଥିପାଇଁ ଆହୁରି ଗବେଷଣାର ଆବଶ୍ୟକ ରହିଛି।

ଗର୍ଭବତୀ ମହିଳାମାନଙ୍କୁ ପୂର୍ବରୁ ବ୍ରିଟେନରେ ଟିକା ଗ୍ରହଣ ନକରିବାକୁ ପରାମର୍ଶ ଦିଆଯାଇଥିଲା କାରଣ ଏହାର ପ୍ରଭାବ ବିଷୟରେ ପର୍ଯ୍ୟାପ୍ତ ସୂଚନା ନଥିଲା।

Comments are closed.