Latest Odisha News

BREAKING NEWS

ଡେଲଟା ପ୍ଲସ୍ ଭାରିଆଣ୍ଟ ଉପରେ କାମ ଦେବନି ଭ୍ୟାକସିନ୍ କି ଆଣ୍ଟିବଡି !

ନୂଆଦିଲ୍ଲୀ: ରୂପ ବଦଳାଉଛି କରୋନା । ଚିନ୍ତା ବଢ଼ାଇଲାଣି କରୋନାର ଡେଲଟା ଭାରିଆଣ୍ଟ । ସେକେଣ୍ଡ ଓ୍ୱେଭରେ ଡେଲଟା ଭାରିଆଣ୍ଟ୍ (B.1.617.2) ମାରାତ୍ମକ ହୋଇଥିଲା । ଏବେ ଡେଲଟା ପ୍ଲସ ଭାରିଆଣ୍ଟ(AY.01.) ବଡ଼ ଟେନସନ୍ ଆଣିଛି । ନୂଆ ନୂଆ ତଥ୍ୟ ଦେଉଛନ୍ତି ବିଶେଷଜ୍ଞ । ଏବେ ଚାଞ୍ଚଲ୍ୟକର ଓ ଚିନ୍ତାଜନକ ସୂଚନା ସାମନାକୁ ଆସିଛି । ବିଶେଷଜ୍ଞ ଆକଳନ କରିଛନ୍ତି, ଡେଲଟା ପ୍ଲସ୍ ଭାରିଆଣ୍ଟ ଉପରେ କାମ ଟିକାର ଦୁଇଟି ଡୋଜ୍ କି ଆଣ୍ଟିବଡ୍ । ଏଥିରୁ ବଞ୍ଚିଯିବ ଭାଇରସ୍ ।

ପ୍ରଫେସର ସୟିଦ ଜମିଲ୍

ଭାରତର ଜଣେ ଜଣାଶୁଣା ଭୂତାଣୁ ବିଶେଷଜ୍ଞ ଏବଂ INSACOGର ପୂର୍ବତନ ସଦସ୍ୟ ପ୍ରଫେସର ସୟିଦ ଜମିଲ୍ ଆଶଙ୍କା କରୁଛନ୍ତି ଯେ, ଡେଲଟ୍ ପ୍ଲସ ଭାରିଆଣ୍ଟ ଟିକାକରଣ ସହିତ ସଂକ୍ରମଣ ପରେ ସୃଷ୍ଟି ହୋଇଥିବା ରୋଗ ପ୍ରତିରୋଧକ ଶକ୍ତିଠାରୁ ରକ୍ଷା ପାଇବାର ସାମର୍ଥ୍ୟ ରଖିଛି । ଏଭଳି ଆଶଙ୍କା କରିବାର କାରଣ କହିଛନ୍ତି ପ୍ରଫେସର ଜମିଲ । ସେ କହିଛନ୍ତି, ଡେଲଟ୍ ପ୍ଲସରେ ମୂଳ ଡେଲଟା ଭାରିଆଣ୍ଟର ବିଶେଷତ୍ୱ ସହିତ ଏକ ମ୍ୟୁଟେସନ୍ ହୋଇଛି । ଯାହାକୁ K417N ବୋଲି କୁହାଯାଉଛି । ଏହା ଦକ୍ଷିଣ ଆଫ୍ରିକାରେ ବିଟା ଭାରିଆଣ୍ଟ ଭାବରେ ଚିହ୍ନଟ ହୋଇଛି ।

ସେ ଏକଥା ବି କହିଛନ୍ତି ଯେ, ଡେଲଟା ପ୍ଲସ୍ ଭାରିଆଣ୍ଟ ଅଧିକ ସଂକ୍ରାମକ ବୋଲି ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି । ତେବେ ଭାରତରେ ଜନସଂଖ୍ୟା ଦୃଷ୍ଟିରୁ ଡେଲଟ୍ ପ୍ଲସ ଭାରିଆଣ୍ଟ ଅଫ୍ କନସର୍ଣ୍ଣ ହୋଇପାରେ ବୋଲି ସେ କହିଛନ୍ତି । ଦେଶରେ ଅଧିକରୁ ଅଧିକ ଜିନୋମ୍ ସିକ୍ୟୁଏନସିଂର ଆବଶ୍ୟକତା ଥିବା ପ୍ରଫେସର ଜମିଲ୍ କହିଛନ୍ତି ।

Leave A Reply

Your email address will not be published.