Latest Odisha News

BREAKING NEWS

ଆକ୍ରାନ୍ତଙ୍କ ତୁଳନାରେ ବଢୁଛି ଦୈନିକ ସୁସ୍ଥତା ମାମଲା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୨ ହଜାର ୬୪୦ ନୂଆ ଆକ୍ରାନ୍ତ। ଦୀର୍ଘ ୯୧ ଦିନ ପରେ ଦେଶରେ ଦୈନିକ ଆକ୍ରାନ୍ତ ମାମଲା ୪୨ ହଜାରକୁ ହ୍ରାସ ପାଇଛି।

ଦିନକରେ ୧ ହଜାର ୧୬୭ ଆକ୍ରାନ୍ତ ମୃତ୍ୟୁବରଣ କରିଥିବା ବେଳେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩ ଲକ୍ଷ ୮୯ ହଜାର ୩୦୨କୁ ବୃଦ୍ଧି ପାଇଛି ।

ସେହିପରି ୨୪ ଘଣ୍ଟାରେ ୮୧ ହଜାର ୮୩୯ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଆରୋଗ୍ୟ ଲାଭ କରିଛନ୍ତି ମୋଟ୍ ୨ କୋଟି ୮୯ ଲକ୍ଷ ୨୬ ହଜାର ୦୩୮ ଆକ୍ରାନ୍ତ । ସୁସ୍ଥ ହାର ରହିଛି ୯୬.୩୬% ।

ଅଧିକ ପଢନ୍ତୁ- ରେକର୍ଡ ଟିକାକରଣ: ଦିନକରେ ଦେଶରେ ଦିଆଗଲା ୮୩ ଲକ୍ଷ ଡୋଜ୍ ଟିକା

ତେବେ ଦେଶରେ ମୋଟ୍ ୬ ଲକ୍ଷ ୬୨ ହଜାର ୫୨୧କୁ ଖସିଛି କରୋନା ଆକ୍ଟିଭ୍ କେସ୍ ।

Leave A Reply

Your email address will not be published.