Latest Odisha News

BREAKING NEWS

ଟି୨୦ ବିଶ୍ୱକପ : ଚୂଡାନ୍ତ ହେଲା ସୁପର ୧୨ ଟିମ, ଏଥର ହେବ ପ୍ରକୃତ ମୁକାବିଲା

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ କ୍ରିକେଟର ସୁପର ୧୨ ଲାଇନ ଅପ ଚୂଡାନ୍ତ ହୋଇଯାଇଛି । ୨୨ ଅକ୍ଟୋବରରୁ ବିଶ୍ୱକପ ଦ୍ୱିତୀୟ ପର୍ଯ୍ୟାୟ ଅଥବା ପ୍ରକୃତ ମୁକାବିଲା ଆରମ୍ଭ ହେବ । ଗ୍ରୁପ ୧ରେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଆୟର୍ଲାଣ୍ଡ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ଏବଂ ଗ୍ରୁପ ୨ରେ ବାଂଲାଦେଶ, ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ନେଦରଲାଣ୍ଡ ଓ ଜିମ୍ବାୱେ ରହିଛନ୍ତି । ଶୁକ୍ରବାର ସ୍କଟଲାଣ୍ଡ ଓ ଜିମ୍ବାୱେ ସୁପର ୧୨କୁ ଉନ୍ନୀତ ହୋଇଥିଲେ । ସ୍କଟଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ ହରାଇ ୧୩୨ ରନ କରିଥିଲା । ଜର୍ଜ ମୁଂସେ ୫୪ ରନର ପ୍ରଭାବୀ ଇନିଂସ ଖେଳିଥିଲେ ।

ଜବାବରେ ୧୩୩ ରନର ବିଜୟ ଲକ୍ଷ୍ୟକୁ ଜିମ୍ବାୱେ ୧୮.୩ ଓଭରରେ ହାସଲ କରି ନେଇଥିଲା । କ୍ରେଗ ଏଭିନ ୫୮ ଓ ସିକନ୍ଦର ରାଜା ୪୦ ରନର ଇନିଂସ ଖେଳିଥିଲେ । ପୂର୍ବରୁ ୨ ଥର ଚାମ୍ପିୟନ ୱେଷ୍ଟଇଣ୍ଡିଜ ଟିମ ଆୟର୍ଲାଣ୍ଡଠାରୁ ହାରି ପ୍ରଥମ ଥର ପାଇଁ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବାରେ ବିଫଳ ହୋଇଛି ।

Leave A Reply

Your email address will not be published.