ଭୁବନେଶ୍ବର:ଏୟାରଫିଲ୍ଡ ଥାନା ନିୟୁ ଆଜାଦ ନଗର ବିସ୍ଫୋରଣ ଘଟଣାରେ ଜଣେ ମୃତ । ମୁଖ୍ୟ ଅଭିଯୁକ୍ତ ତଥା ଗୁରୁତର ଆହତ ସେହନବାଜଙ୍କ ମୃତ୍ୟୁ ଘଟିଛି। ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ସୂଚନାଥାଉକି, ଭୁବନେଶ୍ବର ସୁନ୍ଦରପଦା ନିୟୁ ଆଜାଦ ନଗର ବୋମା ବିସ୍ଫୋରଣ ଘଟଣାରେ ୪ ଜଣ ହେଲେ ଆହତ ହୋଇଥିଲେ ।
ଗତ ଜାନୁଆରୀ ୨୭ ତାରିଖରେ ଭୁବନେଶ୍ବର ଏୟାରଫିଲଡ ଥାନା ସୁନ୍ଦରପଦା ଆଜାଦ ନଗରରେ ବୋମା ଭିଡ଼ୁଥିବା ବେଳେ ବିସ୍ଫୋରଣ ଘଟିଥିଲା । ତିନିମହଲା କୋଠା ଉପରେ ବୋମା ଭିଡୁଥିବା ବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ପେଶାଦାର ଅପରାଧୀ ସେହନବାଜ ମଲ୍ଲିକ ସମେତ ୪ଜଣ ଆହତ ହୋଇଥିଲେ । ସେହନବାଜ ମଲ୍ଲିକ ନାଁରେ ବିଭିନ୍ନ ଥାନାରେ ୭ଟି ମାମଲା ରହିଛି । ବିସ୍ଫୋରଣରେ ସେହନବାଜଙ୍କ ମା ଓ ଜଣେ ବାନ୍ଧବୀ ଓ ସହଯୋଗୀ ମଧ୍ୟ ଆହତ ହୋଇଥିଲେ ।
ବିସ୍ଫୋରଣ ଘଟଣା ପରଦିନ ଏନଆଇଏ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏହି ବିସ୍ଫୋରଣ ପଛରେ କୌଣସି ଆତଙ୍କବାଦୀ ଲିଙ୍କ୍ ଅଛି ନା ନାହିଁ ତାର ଖୋଳତାଡ଼ ଚାଲିଛି । ଘଟଣାସ୍ଥଳରୁ ମଧ୍ୟ ସମସ୍ତ ତଥ୍ୟ ସଂଗ୍ରହ କରିଛି ସାଇଣ୍ଟିଫିକ୍ ଟିମ୍ ।