Latest Odisha News

BREAKING NEWS

ଯୁକ୍ତ ୩ ନାମଲେଖା ଆବେଦନ ଅବଧି ବୃଦ୍ଧି

ଭୁବନେଶ୍ବର: ବଢିଲା ଯୁକ୍ତ ୩ ନାମଲେଖା ଆବେଦନ । ଆଜି ଆବେଦନର ଶେଷ ତାରିକ ଥିବାବେଳେ, ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଆବେଦନ ଅବଧି ବୃଦ୍ଧି କରିଛନ୍ତି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାରେ କୁହାଯାଇଛି ଯେ, ଯେଉଁମାନେ ସିଏଏଫରେ ଆବେଦନ କରିଛନ୍ତି, ସେମାନେ ମାର୍କସିଟ୍‌ ଅପଲୋଡ କରିପାରିବେ । ପ୍ରଥମ, ଦ୍ବିତୀୟ ଓ ତୃତୀୟ ‌ସିଲେକସନ ଡେଟଲାଇନ୍‌ ପରିବର୍ତ୍ତୀ ସମୟରେ ପ୍ରକାଶ ପାଇବ ।

ଛାତ୍ରଛାତ୍ରୀମାନେ ଆସନ୍ତା ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ SAMS ପୋର୍ଟାଲ୍‌ରେ ଅନଲାଇନ୍‌ ମାଧ୍ୟମରେ ଫର୍ମ ପୂରଣ କରିପାରିବେ । ଏଥିସହିତ ଯୁକ୍ତ ୨ ପରୀକ୍ଷାରେ ରଖିଥିବା ନିଜର ମାର୍କକୁ ମଧ୍ୟ ଜୁନ୍‌ ୧ ତାରିଖ ସୁଦ୍ଧା ଅପଲୋଡ଼ କରିପାରିବେ ।

ତେବେ ପୂର୍ବରୁ ଯୁକ୍ତ ୩ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଏପିଲ ୧୬ରେ ଆରମ୍ଭ ହୋଇ ମେ ୨୦ ତାରିଖ ଅର୍ଥାତ ଆଜି ଶେଷ ହେବାର ଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ କରିନଥିବା ବେଳେ କିପରି ଯୁକ୍ତ ୩ ନାମଲେଖା ଆବେଦନ ଅବଧି ଶେଷ ହେଉଛି ବୋଲି ଶିକ୍ଷାବିତମାନେ ସରକାରଙ୍କୁ ପ୍ରଶ୍ନ କରିଥିଲେ । ପରେ ଉଚ୍ଚଶିକ୍ଷା ବିଭାଗ ଯୁକ୍ତ ୩ ନାମଲେଖା ଆବେଦନ ଅବଧି ଜୁନ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

 

Comments are closed.