ବ୍ରହ୍ମପୁର:ବନ୍ଧୁକ ମୁନରେ ୭୦ ହଜାର ଟଙ୍କା ଦାଦାବଟି ଆଦାୟ କରିବା ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ । ବ୍ରହ୍ମପୁର ଟାଉନ ଥାନା ପୋଲିସ ସେମାନଙ୍କ ଠାରୁ ବନ୍ଧୁକ, ଖଣ୍ଡା, ମୋବାଇଲ ଫୋନ ଏବଂ ଟିଭିଏସ୍ ଦୁଇ ଚକିଆ ଗାଡ଼ି ଜବତ କରିଛି । ଦୁଇ ଅଭିଯୁକ୍ତ ହେଲେ ଶୁଭମ ମାଝି ଓ ଆଲୋକ ମଲ୍ଲିକ୍।
ଖବରମୁତାବକ, ଗତ ଡିସେମ୍ବର ୨ ଏବଂ ୩ ତାରିଖରେ ଅଭିଯୋଗକାରୀଙ୍କୁ ଦାଦାବଟି ପାଇଁ ଧମକ ଦେଇଥିଲେ। ତାଙ୍କୁ ବିଭିନ୍ନ ସ୍ଥାନରେ ଅଟକାଇ ଆକ୍ରମଣ କରିବା ସହ ଅଭିଯୋଗକାରୀଙ୍କ ମୋବାଇଲ୍ ଫୋନ୍ ନଷ୍ଟ କରିଥିଲେ। ପିସ୍ତଲ ଏବଂ ଖଣ୍ଡା ଦେଖାଇ ୭୦,୦୦୦ ଟଙ୍କା ଆଦାୟ କରିଥିଲେ। ତେବେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରି ଦୁଇଜଣଙ୍କୁ ଗିରଫ କରିଥିବା ବ୍ରହ୍ମପୁର ଏସ .ପି ସୂଚନା ଦେଇଛନ୍ତି ।
Comments are closed.