Latest Odisha News

ଭାରତରେ ଅତ୍ୟନ୍ତ ଦାରିଦ୍ର୍ୟ ହ୍ରାସ ପାଇଛି : ଏସବିଆଇ ରିପୋର୍ଟ

ନୂଆଦିଲ୍ଲୀ:ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଦାରିଦ୍ର୍ୟ ସଂଖ୍ୟା ହ୍ରାସ ପାଇଛି। ନିକଟରେ ଏସବିଆଇ ଏକ ରିପୋର୍ଟ ପ୍ରକାଶ କରିଛି, ଦେଶର ଗ୍ରାମ ଏବଂ ସହରରେ ଦାରିଦ୍ର୍ୟ ହାର ହ୍ରାସ ପାଇଛି। ଏସବିଆଇ ରିପୋର୍ଟ ଅନୁସାରେ, ୨୦୨୩-୨୪ ଆର୍ଥିକ ବର୍ଷରେ ଦେଶର ଅନେକ ଅଞ୍ଚଳରେ ଦାରିଦ୍ର୍ୟ ହାର ହ୍ରାସ ପାଇଛି।

ରିପୋର୍ଟରେ ଆର୍ଥିକବର୍ଷ ୨୦୨୪ରେ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଦାରିଦ୍ର୍ୟ ହାରରେ ହ୍ରାସ ହୋଇଥିବା ଦର୍ଶାଯାଇଛି। ଗତ ବର୍ଷ ୭.୨% ରୁ ଗ୍ରାମୀଣ ଦାରିଦ୍ର୍ୟ ୪.୮୬% କୁ ହ୍ରାସ ପାଇଥିବାବେଳେ ସହରୀ ଦାରିଦ୍ର୍ୟ ୪.୦୯% ରହିଛି, ଯାହାକି ୨୩ବର୍ଷରେ ୪.୬% ରୁ କମ୍ ଅଟେ। ତେବେ ଏହି ଅଙ୍କକୁ ଦେଖିଲେ ଆକଳନ କରାଯାଉଛି ଯେ, ଭାରତର ମୋଟ ଦାରିଦ୍ର୍ୟ ହାର ବର୍ତ୍ତମାନ ୪ରୁ ୪.୫ ପ୍ରତିଶତ ପର୍ଯ୍ୟନ୍ତ ରହିପରେ ।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ମଧ୍ୟ କହିଛନ୍ତି ଯେ, ଗତ ଦଶ ବର୍ଷ ମଧ୍ୟରେ ୨୩ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟରୁ ବାହାରକୁ ଆସିଛନ୍ତି। ଯଦି ୨୦୨୧ ଜନଗଣନା କରାଯାଏ ଏବଂ ଗ୍ରାମାଞ୍ଚଳ,ସହରାଞ୍ଚଳ ଜନସଂଖ୍ୟା ଉପରେ ଅପଡେଟ୍ ତଥ୍ୟ ପ୍ରକାଶିତ ହେବ, ତେବେ ଦାରିଦ୍ର୍ୟ ଆକଳନରେ ସାମାନ୍ୟ ସଂଶୋଧନ ହୋଇପାରେ ।

ତେବେ, ଏସବିଆଇ ରିସର୍ଚ୍ଚ ହିସାବରେ ସହରାଞ୍ଚଳର ଦାରିଦ୍ର୍ୟସ୍ତର ଆଗାମୀ ବର୍ଷରେ ଆହୁରି ହ୍ରାସ ପାଇପାରେ।

୨୦୨୩-୨୪ରେ ସ୍ଥିର ହୋଇଥିବା ନୂତନ ଦାରିଦ୍ର୍ୟ ରେଖାରେ ଗ୍ରାମାଞ୍ଚଳ ପାଇଁ ୧,୬୩୨ଟଙ୍କା ଏବଂ ସହରାଞ୍ଚଳ ପାଇଁ ୧,୯୪୪ଟଙ୍କା ଆୟକୁ ବିବେଚନା କରାଯାଇଛି। ତଥ୍ୟ ଅନୁଯାୟୀ, ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ଅନୁପାତ ୪.୮୬ପ୍ରତିଶତ ଏବଂ ସହରାଞ୍ଚଳରେ ୪.୦୯ପ୍ରତିଶତ ରହିଛି ।

 

Leave A Reply

Your email address will not be published.