Latest Odisha News

BREAKING NEWS

ଲ୍ୟାଣ୍ଡଫଲ କଲା ସାମୁଦ୍ରିକ ଝଡ ଲୌରା: ଆମେରିକାରେ ବ୍ୟାପକ କ୍ଷୟକ୍ଷତି, ୨୪୦ କିଲୋମିଟର ବେଗରେ ପବନ ବହିଲା

ୱାଶିଂଟନ: ଆମେରିକାରେ ସାମୁଦ୍ରିକ ଝଡ ଲୌରା ତାର ତାଣ୍ଡବ ରୂପ ଦେଖାଇଛି । ଏହା ଲୁସିଆନାରେ ଲ୍ୟାଣ୍ଡଫଲ କରିବା ପରେ ୨୪୦ କିଲୋମିଟର ପ୍ରତି ଘଂଟାରେ ପବନ ବହିଥିଲା । ଲୁସିଆନା, ଟେକ୍ସାସରେ  କାଟେଗୋରୀ ୪ ର ସାମୁଦ୍ରିକ ଝଡ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହା  ।  ୧୮୫୬ ମସିହା ପରର ଏହା ସବୁଠାରୁ ଭୟଙ୍କର ସାମୁଦ୍ରିକ ଝଡ । ଉପକୂଳରୁ ୫ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ବିସ୍ଥାପିତ କରାଯାଇଛି ।

ଝଡ ସମୟରେ ସମସ୍ତ ଲୋକଙ୍କୁ କାଚ ଝରକା କବାଟଠାରୁ ଦୂରରେ ରହିବା ପାଇଁ କୁହାଯାଇଛି । ନିଜ ଶରୀରକୁ ଏହି ସମୟରେ କମ୍ବଳ କିମ୍ବା ଅନ୍ୟ କୌଣସି ମୋଟା କପଡା ଦ୍ୱାରା ଘୋଡାଇ ଦେବା ପାଇଁ ପରାମର୍ଶ ଦିଆଯାଇଛି । ଏଥିଯୋଗୁଁ ଝରକା କାଚ ପବନରେ ଉଡି ଦେହରେ ବାଜିଲେ କୌଣସି କ୍ଷତି ହେବା ନାହିଁ ବୋଲି କୁହାଯାଇଛି ।  ଟେକ୍ସାସ ଏବଂ ଲୁସିଆନାରେ ବିଦ୍ୟୁତ ସରୋବରାହ ବାଧାପ୍ରାପ୍ତ ହୋଇଛି । ଏଥିଯୋଗୁଁ ୨୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।ଛନ୍ତି ।

Leave A Reply

Your email address will not be published.