ଭୁବନେଶ୍ବର: ଦିପାବଳୀକୁ ଆଉ ମାତ୍ର ଦୁଇ ଦିନ ବାକି ଅଛି । ପ୍ରାୟ ସମସ୍ତେ ଏହି ପର୍ବ ପାଇଁ ପ୍ରସ୍ତୁତି କରିଥାନ୍ତି । ନିଜ ଘରକୁ ସଜେଇବା ସହ ସୁସ୍ୱାଦୁ ଖାଦ୍ୟ ରାନ୍ଧନ୍ତି । ପରସ୍ପରର ଘରକୁ ଯାଇ ଅଭିନନ୍ଦନ ଜଣାଇଥାନ୍ତି । ଏହା ସହିତ ଆଉ ଏକ ଜିନିଷ ଅଛି ଯାହା ଏହି ପର୍ବକୁ ଆହୁରି ସୁନ୍ଦର ସହ ମନୋଲୋଭା କରେ । ତାହା ହେଉଛି ବିଭିନ୍ନ ପ୍ରକାରର ବାଣ । ପିଲା ହୁଅନ୍ତୁ କିମ୍ବା ବୟସ୍କ, ସମସ୍ତେ ଦୀପାବଳିରେ ବାଣ ଫୁଟାନ୍ତି ।
ତେବେ ଏହି ବାଣ ଫୁଟାଇବା ଯେତିକି ଆନନ୍ଦ ଦେଇଥାଏ ସେତିକି ବିପଦ ଓ ଶବ୍ଦ ସହବାୟୁ ପ୍ରଦୂଷଣକୁ ଡାକି ଆଣିଥାଏ । ଏହାର ଧୂଆଁ ସବୁଆଡେ ବ୍ୟାପିଥାଏ । ଏହି ଧୂଆଁ ଅନେକ ପ୍ରକାରର ସମସ୍ୟା ସୃଷ୍ଟି କରିପାରେ, ସେଥିମଧ୍ୟରୁ ଗୋଟିଏ ହେଉଛି ଆଖି ରୋଗ । ବାଣ ଧୂଆଁ ଆମ ଆଖି ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇପାରେ । ଏହାକୁ ଏଡାଇବା ପାଇଁ, ଏହି 5ଟି ପଦ୍ଧତି ଆପଣାନ୍ତୁ ।
ଦୀପାବଳି ସମୟରେ ବାଣ ଦ୍ବାରା ସୃଷ୍ଟି ହେଉଥିବା ପ୍ରଦୂଷଣରୁ ଆଖିକୁ ରକ୍ଷା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ବାଣରେ ବାରୁଦ ଏବଂ ଅନେକ ପ୍ରକାରର କ୍ଷତିକାରକ ପଦାର୍ଥ ଥାଏ । ଏହାର ଧୂଆଁ ଆଖି ପୋଡାଜଳା ସହ ସଂକ୍ରମଣ ଏବଂ ଅନ୍ୟାନ୍ୟ ଗମ୍ଭୀର ସମସ୍ୟା ସୃଷ୍ଟି କରିଥାଏ ।
ଚଷମା ପିନ୍ଧନ୍ତୁ..
ବାଣ ଫୁଟାଇବାବେଳେ ସବୁବେଳେ ସୁରକ୍ଷା ଚଷମା ପିନ୍ଧନ୍ତୁ । ଏହା ଆପଣଙ୍କ ଆଖିକୁ ଧୂଆଁ, ରାସାୟନିକ ପଦାର୍ଥ ଏବଂ ଛୋଟ ଛୋଟ ବାଣ ଝୁଲ ଓ ବାରୁଦରୁ ରକ୍ଷା କରିବ ।
ଧୂଆଁରୁ ଦୂରରେ ରୁହନ୍ତୁ..
ଯେଉଁ ସ୍ଥାନରେ ଅତ୍ୟଧିକ ବାଣ ଫୁଟା ଯାଉଛି ସେହି ସ୍ଥାନକୁ ଯିବା ଠାରୁ ଦୂରେଇ ରୁହନ୍ତୁ । ଯଦି ଆପଣଙ୍କ ଆଖିରେ ପୂର୍ବରୁ କୌଣସି ଅସୁବିଧା ଅଛି ତେବେ ଘର ଭିତରେ ରହି ପର୍ବ ପାଳନ କରନ୍ତୁ । ଯଦିବି ବାଣ ଫୁଟାଉନାହାନ୍ତି ତଥାପି ଆପଣ ନିଜକୁ ଧୂଆଁରୁ ରକ୍ଷା କରନ୍ତୁ । ଅତ୍ୟଧିକ ଧୂଆଁର ସଂସ୍ପର୍ଶରେ ଆସିବା ଦ୍ୱାରା ଆଖି ଜଳାପଡା ସହ ନାଲି ପଡିଯିବ ।
ଆଖିକୁ ଧୁଅନ୍ତୁ..
ଦିପାବଳୀ ପର୍ବର କିଛି ଦିନ ପୂର୍ବରୁ ଲୋକମାନେ ବାଣ ଫୁଟାଇଥାନ୍ତି, ତେଣୁ ଧୂଆଁ ଏବଂ ପ୍ରଦୂଷଣ ସମସ୍ୟା ଦିପାବୀଳୀ ପୂର୍ବରୁ ହିଁ ଆରମ୍ଭ ହୋଇଯାଇଥାଏ । ଯେତେବେଳେ ବି ଆପଣ ବାହାରୁ ଘରକୁ ଆସନ୍ତି, ଆଖିରେ ଥଣ୍ଡା ପାଣି ମାରି ଧୋଇବାକୁ ଭୁଲନ୍ତୁ ନାହିଁ । ଏହା ଆଖିରେ ଜମା ହୋଇଥିବା ଧୂଳି ଏବଂ ଧୂଆଁକୁ ସଫା କରିବ ।
ଆଇ ଡ୍ରପ୍ ବ୍ୟବହାର କରନ୍ତୁ..
ଦିପାବଳୀ ପୂର୍ବରୁ ମଧ୍ୟ ଦେଶର କେତେକ ଅଞ୍ଚଳରେ ପ୍ରଦୂଷଣ ପରିମାଣ ବୃଦ୍ଧି ପାଇଥାଏ । ଏପରି ସ୍ଥିତିରେ ପ୍ରଦୂଷଣ ସେହି ଦିନ ଆହୁରି ବୃଦ୍ଧି ପାଇବା ନିଶ୍ଚିତ । ଏହି କାରଣରୁ, ଆଖି ଶୁଖିବା ଆରମ୍ଭ କରେ, ତେବେ ଡାକ୍ତରଙ୍କ ପରାମର୍ଶ ନେଇ ଆଇ ଡ୍ରପ୍ ବହାର କରିପାରିବେ । ଏହା ଆପଣଙ୍କ ଆଖିକୁ ହାଇଡ୍ରେଟ୍ ରଖିବ ଏବଂ ଜଣାପୋଡା କମ୍ କରିବ ।
ବାଣ ଫୁଟାଇବା ସମୟରେ ଦୂରତା ବଜାୟ ରଖନ୍ତୁ..
ବାଣ ଫୁଟାଇବା ବେଳେ ସେସବୁରୁ ଉପଯୁକ୍ତ ଦୂରତା ବଜାୟ ରଖିବା ଜରୁରୀ ଅଟେ ଯାହା ଦ୍ବାରା ଆଖି ସୁରକ୍ଷିତ ରହିବ ।
Comments are closed.