Latest Odisha News

ପ୍ରେସଭୁ ଆଇ ଡ୍ରପର ଲାଇସେନ୍ସ ବାତିଲ

ମୁମ୍ବାଇ: ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ବୁଧବାର ଦିନ ପ୍ରେସଭୁ ନାମକ ଏକ ଆଇ ଡ୍ରପର ଉତ୍ପାଦନ ଏବଂ ମାର୍କେଟିଂ ଲାଇସେନ୍ସକୁ ବାତିଲ କରିଦେଇଛି।

ଏହି ଆଖି ଡ୍ରପ୍ ମୁମ୍ବାଇ ସ୍ଥିତ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଏଣ୍ଟୋଡ୍ ଫାର୍ମାସ୍ୟୁଟିକାଲ୍ସ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା।

କମ୍ପାନୀ ପକ୍ଷରୁ ଦାବି କରାଯାଇଥିଲା ଯେ, ଆଖିରେ ଏହି ଆଇ ଡ୍ରପ୍ ପକାଇବା ପରେ ଚଷମା ପିନ୍ଧିବାର କୌଣସି ଆବଶ୍ୟକତା ପଡିବ ନାହିଁ। ଏବଂ ଚଷମା ବିନା ବହି ସହଜରେ ପଢିହେବ।

ଡାକ୍ତରଙ୍କ ପରାମର୍ଶରେ ଏହି ଆଇ ଡ୍ରପ୍ ବ୍ୟବହାର କରାଯାଇପାରିବ ବୋଲି ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସସିଓ) ଅନୁମତି ଦେଇଥିଲା। କିନ୍ତୁ ବିନା ପ୍ରେସକ୍ରିପସନରେ ଏହାର ବିକ୍ରୟକୁ ପ୍ରୋତ୍ସାହିତ କରୁଥିବା ନେଇ କମ୍ପାନୀ ଉପରେ ଅଭିଯୋଗ କରାଯାଇଛି।

ଆହୁରି ମଧ୍ଯ କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ ଏହା ହେଉଛି ଦେଶର ପ୍ରଥମ ଆଖି ଡ୍ରପ୍, ଯାହା ପ୍ରେସବୋପିଆରେ ପୀଡିତ ଲୋକଙ୍କୁ ବିନା ଚଷମାରେ ପଢ଼ିବାକୁ ସାହାଯ୍ୟ କରିବ। ତେବେ ଅକ୍ଟୋବରରେ ଏହି ଆଇ ଡ୍ରପ୍ ମାର୍କେଟକୁ ଆସିବାର ଥିଲା।

Comments are closed.