ଲସ ଆଞ୍ଜେଲ୍ସ: ଫର୍ମୁଲା ୱାନର ପୂର୍ବତନ ବସ୍ ବର୍ଣ୍ଣି ଇକେଲଷ୍ଟୋନ୍ ୮୯ ବର୍ଷ ବୟସରେ ବାପା ହେବାକୁ ଯାଉଛନ୍ତି । ବିଶ୍ୱାସ ନ ହେଉ ଥିଲେ ମଧ୍ୟ ଏହା ସତ୍ୟ । ଇକେଲଷ୍ଟୋନ୍ ଏବଂ ତାଙ୍କ ୪୪ ବର୍ଷୀୟ ପତ୍ନୀ ଫାବିୟାନା ଫ୍ଲୋସି ଏହି ଘୋଷଣା କରିଛନ୍ତି । ଜୁଲାଇରେ ତାଙ୍କ ଆଶା ଓ ସ୍ୱପ୍ନ ସାକାର ହେବ ବୋଲି ଫ୍ଲୋସି କହିଛନ୍ତି ।
ଇକେଲଷ୍ଟୋନ୍ଙ୍କ ପ୍ରଥମ ସ୍ତ୍ରୀ ପକ୍ଷରୁ ୩ଟି ଝିଅ ଅଛନ୍ତି । ସେମାନେ ହେଲେ ଦେବୋରାହ (୬୫ବର୍ଷ), ଟାମାରା(୩୫) ଓ ପେତ୍ରା (୩୧) । ଇକେଲଷ୍ଟୋନ୍ ଏଥର ଏକ ପୁତ୍ର ସନ୍ତାନ ଚାହୁଥିବା ସ୍ପଷ୍ଟ କରିଛନ୍ତି । ୨୦୧୨ରେ ବର୍ଣ୍ଣି ଓ ଫାବିୟାନା ପରସ୍ପରକୁ ବିବାହ କରିଥିଲେ । କରୋନ ଭାଇରସ ମହାମାରୀରୁ ପ୍ରଭାବରୁ ନିଜକୁ ବଂଚାଇବା ପାଇଁ ସେମାନେ ଏବଂ ଆଇସୋଲେସନରେ ଅଛନ୍ତି ।
Comments are closed.