Latest Odisha News

ରଣକ୍ଷେତ୍ର ପାଲଟିଲା ମାଷ୍ଟର କ୍ୟାଣ୍ଟିନ, ମୁହାଁମୁହିଁ ହେଲେ ବିଜେପି-କଂଗ୍ରେସ

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରର ମାଷ୍ଟର କ୍ୟାଣ୍ଟିନ ଛକ ପାଲଟିଲା ରଣକ୍ଷେତ୍ର । ମାଷ୍ଟର କ୍ୟାଣ୍ଟିନରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ କର୍ମୀ । ରାହୁଲଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟ ପାଇଁ ହଙ୍ଗାମା ହୋଇଥିବା ସୂଚନା । ପୋଲିସ ଉପସ୍ଥିତିରେ ପରସ୍ପର ଉପରକୁ ଟେକାପଥର, ଗୋବର ମାଡ଼ କରିଛନ୍ତି ଉଭୟ ଦଳର କର୍ମୀ ।

ସୂଚନାଯୋଗ୍ୟ ଯେ, ଗତକାଲି ସଂସଦରେ ବିଜେପି ଓ ଆରଏସଏସକୁ ହିନ୍ଦୁ ବିରୋଧୀ କହିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ତାଙ୍କର ଏହି ମନ୍ତବ୍ୟ ବିରୁଦ୍ଧରେ ଦେଶବ୍ୟାପୀ ପ୍ରତିବାଦ ଜାରି ରଖିଛି ବିଜେପି । ତେବେ ରାହୁଲଙ୍କ ସେହି ମନ୍ତବ୍ୟକୁ ନେଇ ଭୁବନେଶ୍ଵରରେ ଉଭୟ କର୍ମୀ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ।

Leave A Reply

Your email address will not be published.