Latest Odisha News

BREAKING NEWS

ପୁଣି ୨ ଘଣ୍ଟା ପାଇଁ ଅଚଳ ହୋଇଥିଲା; କ୍ଷମା ମାଗିଲା ଫେସବୁକ୍‌

ନୂଆଦିଲ୍ଲୀ: କ୍ଷମା ମାଗିଲା ଫେସବୁକ୍। ଶୁକ୍ରବାର ଦିନ ସେବାରେ ଆଉ ଦୁଇ ଘଣ୍ଟା ବ୍ୟାଘାତ ଯୋଗୁ ଫେସବୁକ ଉପଭୋକ୍ତାଙ୍କୁ କ୍ଷମା ମାଗିଛି। ଏକ ସପ୍ତାହ ମଧ୍ୟରେ ଦୁଇ ଦୁଇ ଥର ଲୋକଙ୍କୁ ସେବା ଯୋଗାଇବାରେ ବ୍ୟାଘାତ ଯୋଗୁ ଫେସବୁକ୍‌ କ୍ଷମା ମାଗିଛି।

କମ୍ପାନୀର କହିବାନୁସାରେ, ଏହାର ସୋସିଆଲ ମିଡିଆ ପ୍ଲାଟଫର୍ମ, ଇନଷ୍ଟାଗ୍ରାମ, ମେସେଞ୍ଜର ଏହାଦ୍ବାରା ପ୍ରଭାବିତ ହୋଇଥିଲା।

ଏହାପୂର୍ବରୁ ଚଳିତ ସପ୍ତାହରେ ହିଁ ଫେସବୁକ ଦ୍ୱାରା ପରିଚାଳିତ ଇନଷ୍ଟାଗ୍ରାମ, ହ୍ୱାଟସଆପ ଓ ଫେସବୁକ ଦୀର୍ଘ ୭ ଘଣ୍ଟା ପାଇଁ ଅଚଳ ହୋଇ ଯାଇଥିଲା। ଏଥିପାଇଁ କମ୍ପାନୀକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା।

ରିପୋର୍ଟରେ କୁହାଯାଇଛି ଯେ “ଗତ ଦୁଇ ଘଣ୍ଟା ମଧ୍ୟରେ ଏହି ସମସ୍ୟାର ସମ୍ମୁଖୀନ ହୋଇଥିବା ବ୍ୟକ୍ତିଙ୍କ ପାଇଁ ଆନ୍ତରିକ କ୍ଷମା ପ୍ରାର୍ଥନା କରୁଛି। ଏଥିରେ କୁହାଯାଇଛି ଯେ ଆମେ ଏହି ସମସ୍ୟାର ସମାଧାନ କରିଛୁ ଏବଂ ବର୍ତ୍ତମାନ ସବୁକିଛି ସ୍ୱାଭାବିକ ହୋଇଯାଇଛି।”

Comments are closed.