Latest Odisha News

BREAKING NEWS

ଏବେ ବିନ୍ଦାସ ବ୍ୟବହାର କରନ୍ତୁ ୱାଟସଆପ୍ସ; ସମାଧାନ ହୋଇଯାଇଛି ଏହିସବୁ ଅସୁବିଧା…

ୱାଟସଆପ୍ସ ୟୁଜର୍ସ ପାଇଁ ଆସୁଥିବା ଗୋଟେ ବଡ଼ ଆସୁବିଧା ଟଳିଗଲା। କମ୍ପାନୀ ନିଜ ୱାଟସଆପ୍ସରେ ବିଜ୍ଞାପନ ଦେବାକୁ ଚାହୁଁଥିଲା ହେଲେ ଏବେ ହେବ ନାହିଁ ବୋଲି ଜଣାପଡୁଛି।

ଖବର ଆସୁଥିଲା ଯେ ୱାଟସଆପ୍ସ ନିଜର ଅଧିକ ଆୟ କରିବାକୁ ଯୋଜନା କରିଥିଲା। ଏହି ଆପ୍ସରେ ବିଜ୍ଞାପନ ଚଲାଇବାକୁ ଯୋଜନା କରିଥିଲା। ଏହି ଖବର ଲିକ ହେଲାପରେ ୟୁଜର୍ସମାନେ ଏକପ୍ରକାର ଚିନ୍ତାରେ ପଡିଯାଇଥିଲେ ।

ବର୍ତ୍ତମାନ ୱାଟସଆପ୍ସରେ ଆସିବନି ବିଜ୍ଞାପନ:

 

ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ରୁ ଜଣାପଡିଛି ଯେ ୱାଟସଆପ୍ସର ପ୍ୟାରେଣ୍ଟ କମ୍ପାନୀ ଫେସବୁକ ବିଜ୍ଞାପନ ର ପ୍ଲାନ ଉପରେ ରୋକ ଲଗାଇଦେଇଛି। ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମ ସୂଚନା ଅନୁସାରେ ବିଶ୍ୱର ସବୁଠୁ ଏହି ଲୋକପ୍ରିୟ ଆପ୍ସ ରେ ବିଜ୍ଞାପନ ଦେଖାଇ ନାହିଁ। ଏହା ମଧ୍ୟ କୁହାଯାଇଛି ଯେ ବିଜ୍ଞାପନ ଦେଖାଇବା ନିଷ୍ପତ୍ତି ସ୍ଥାୟୀ ନୁହେଁ। ଭବିଷ୍ୟତ ରେ ୱାଟସଆପ୍ସ ବିଜ୍ଞାପନ ଦେଖାଇବା ଉପରେ ଆଉଥରେ ବିଚାର କରିପାରେ।

ସୂଚନାଯୋଗ୍ୟ, ଫେସବୁକ ନିଜର ଆୟ ଆହୁରୀ ବଢାଇବାକୁ ୱାଟସଆପ୍ସ ବିଭିନ୍ନ ପ୍ରାଣାଳୀ ଉପରେ କାମ କରୁଛି। ଏଥିପାଇଁ ୱାଟସଆପ୍ସ ପେମେଣ୍ଟ ଓ ବିଜ୍ଞାପନ ଚଲାଇବା ଉପରେ କାମ କରିବା ସମ୍ପର୍କରେ ଗଣମାଧ୍ୟମ ଚର୍ଚ୍ଚା ହେଉଛି। ଭାରତରେ ୱାଟସଆପ୍ସ ପେମେଣ୍ଟ କୁ ନେଇ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ କଡା ଅଭୁମୁଖ୍ୟ ପରେ ୱାଟସଆପ୍ସର ଅଭୁମୁଖ୍ୟ ଟିକେ ଥଣ୍ଡା ପଡିଛି।  ଆଗାମୀ ଦିନରେ ଜଣା ପଡିବ ୱାଟସଆପ୍ସ ର ପଦକ୍ଷେପ କଣ ହେଉଛି।

Leave A Reply

Your email address will not be published.