Latest Odisha News

BREAKING NEWS

ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ, ସୌରଭ ଓଡିଶାରେ ଟପ୍ପର

ଭୁବନେଶ୍ୱର: ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌-୧ ପରୀକ୍ଷାଫଳ ଶନିବାର ଦିନ ପ୍ରକାଶ ପାଇଛି ।

ଚଳିତ ବର୍ଷ ଏହି ପରୀକ୍ଷାରେ ଓଡିଶାରେ ସୌରଭ ସୌମ୍ୟକାନ୍ତ ଟପ୍ପର ହୋଇଛନ୍ତି ।

ସୌରଭ ୯୯.୯୯% ମାର୍କ ରଖି ଓଡିଶାରେ ଟପ୍ପର ହୋଇଥିବା ବେଳେ ୯୯.୯୮ ପ୍ରତିଶତ ମାର୍କ ରଖି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ସ୍ଥିତିପ୍ରଜ୍ଞା ।

ଚଳିତ ଥର ସର୍ବଭାରତୀୟ ସ୍ତରରେ ପ୍ରାୟ ୯ ଜଣ ଛାତ୍ର ୧୦୦ ପ୍ରତିଶତ ମାର୍କ ରଖିଛନ୍ତି ।

ଚଳିତ ଥର ସର୍ବଭାରତୀୟ ସ୍ତରରେ ପ୍ରାୟ ୯ ଜଣ ଛାତ୍ର ୧୦୦ ପ୍ରତିଶତ ମାର୍କ ରଖିଛନ୍ତି । ସେମାନଙ୍କ ମଧ୍ୟରେ ଦିଲ୍ଲୀର ନିଶାନ୍ତ ଅଗ୍ରୱାଲ୍‌, ଆନ୍ଧ୍ରପ୍ରଦେଶର ଜିତେନ୍ଦ୍ର ଲାଣ୍ଡା ଓ ବିଷ୍ଣୁ ଶ୍ରୀ ସାଇ ଶଙ୍କର ଥାଡାଭରଥି, ଗୁଜୁରାଟର ନିସରଙ୍ଗ ଚଢା, ହରିୟାଣା ଦିବ୍ୟାଂଶୁ ଅଗ୍ରୱାଲ୍‌, ରାଜସ୍ଥାନରୁ ଅଖିଳ ଜୈନ ଓ ପାର୍ଥ ଜୈନ ଏବଂ ତେଲେଙ୍ଗାନାର ରୋଙ୍ଗଲ ଅରୁଣ ସିଦ୍ଧାର୍ଥ ଓ ଛଗରୁ କୌଶଳ କୁମାର ରେଡ୍ଡୀ ।

ଉଲ୍ଲେଖଯୋଗ୍ୟ, ୨ଟି ପର୍ଯ୍ୟାୟରେ ୨୩୩ ସହର ଓ ବିଦେଶର ୫୭୦ଟି ପରୀକ୍ଷା କେନ୍ଦ୍ରରେ ଏକକାଳୀନ ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.