Latest Odisha News

ହ୍ୟାକର୍‌ଙ୍କ କବଜାରେ ଫେସବୁକର କୋଟି କୋଟି ୟୁଜରଙ୍କ ଡାଟା, ଏବେ ହ୍ୟାକରଙ୍କ ନୂଆ ଟାର୍ଗେଟ ଟେଲିଗ୍ରାମ

ନୂଆଦିଲ୍ଲୀ : ଏବେ ହ୍ୟାକରଙ୍କ ନୂୂଆ ଟାର୍ଗେଟ ହେଉଛି ଟେଲିଗ୍ରାମ । ୨ ବର୍ଷ ପୂର୍ବେ ଫେସବୁକର କୋଟି କୋଟି ଗ୍ରାହକଙ୍କ ଡାଟା ଚୋରି ହୋଇଥିଲା । ଏବେ ପୁଣିଥରେ ସେହି ଗ୍ରାହକଙ୍କୁ ଟାର୍ଗେଟ କରୁଛନ୍ତି ହ୍ୟାକର । ଅଭିଯୁକ୍ତମାନେ ଫେସବୁକ ଗ୍ରାହକଙ୍କ କଣ୍ଟାକ୍ଟ ବିବରଣୀକୁ ଆସେସ କରୁଛନ୍ତି । ଏଥିପାଇଁ ସେମାନେ ଟେଲିଗ୍ରାମ ଆପ୍ ର ବଟ୍ କୁ ବ୍ୟବହାର କରୁଛନ୍ତି ।  

ଟେଲିଗ୍ରାମ ଆପ୍ ର ବଟ୍ କୁ ବ୍ୟବହାର କରି ହ୍ୟାକର ଅତି ସହଜରେ ଫେସବୁକ ବ୍ୟବହାରକାରୀଙ୍କ ଡାଟା ହ୍ୟାକ୍ କରୁଛନ୍ତି । ବଟ୍ ବ୍ୟବହାରକାରୀଙ୍କୁ ଫେସବୁକ୍ ୟୁଜର ଆଇଡି ବଦଳରେ ଫୋନ୍ ନମ୍ବର ଦେବାକୁ କହେ । ଯାହାଦ୍ବାରା ସେମାନଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିବ । ରିଭର୍ସ ସର୍ଚ୍ଚ ବ୍ୟବହାର ମାଧ୍ୟମରେ ଫେସବୁକ୍ ଆଇଡି ବ୍ୟବହାର କରି ୟୁଜରଙ୍କ ନମ୍ବର ନେଇଯାଆନ୍ତି । 

ଏହି ବଟ୍ ପ୍ରାୟ ୧୯ଟି ଦେଶର ୟୁଜରଙ୍କ ଡାଟା ଲପଲବ୍ଧ କରାଇଥାଏ । ତେବେ ଯେଉଁମାନେ ନିଜ ନମ୍ବର ଗୋପନୀୟ ରଖନ୍ତି ସେମାନଙ୍କୁ ବଟ୍ ହାସଲ କରିପାରେ ନାହିଁ ।  

ଏନେଇ ଫେସବୁକ୍ କହିଛି, ଡାଟା ଲିକ୍ ହେବାର ଆଶଙ୍କା ସରିବା ପରେ ସୃଷ୍ଟି ହୋଇଥିବା ଫେସବୁକ୍ ଆଇଡିରେ ଏହି ବଟ୍ କାମ କରେ ନାହିଁ । କିନ୍ତୁ ୨୦୧୯  ପୂର୍ବରୁ ପ୍ରସ୍ତୁତ ହୋଇଥିବା ଆକାଉଣ୍ଟଗୁଡିକ ବିଷୟରେ କିଛି କୁହାଯାଇନାହିଁ । ଏଭଳି ପରିସ୍ଥିତିରେ ଏହି ଆକାଉଣ୍ଟଗୁଡିକ ହ୍ୟାକରଙ୍କ ଟାର୍ଗେଟରେ ଅଛି ।  

Leave A Reply

Your email address will not be published.