Latest Odisha News

BREAKING NEWS

ଦିଲ୍ଲୀରେ ରାତି ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ

ନୂଆଦିଲ୍ଲୀ : ଆଜି ଗଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକ ଟ୍ରାକ୍ଟର ରାଲି କରିଥିଲେ । ରାଲିରେ ହୋଇଥିବା ହିଂସା ପରେ ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ଇଣ୍ଟରନେଟ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଆଜି ରାତି ୧୨ଟା ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ କରାଯାଇଛି । ଦିଲ୍ଲୀର ଉତ୍ତର ଜିଲ୍ଲା ଆଡକୁ ଇଣ୍ଟରନେଟ୍ ସେବା ବନ୍ଦ କରିବା ପାଇଁ ଲୋକଙ୍କୁ ଏସ୍ଏମ୍ଏସ୍ ମିଳିଛି ।

ଏହା ବ୍ୟତୀତ ପୂର୍ବ ଦିଲ୍ଲୀର ମୟୂର ବିହାର, ପାଣ୍ଡବ ନାଗର ଏବଂ ଅକ୍ଷରଧାମ ଅଞ୍ଚଳରେ ଲୋକମାନେ ଇଣ୍ଟରନେଟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଥିସହ ନୋଏଡା ଏବଂ ଗାଜିଆବାଦ ଅଞ୍ଚଳରେ ଲୋକମାନେ ଇଣ୍ଟରନେଟ୍ ସେବା ବ୍ୟାହତ ହେବା ବିଷୟରେ ମେସେଜ ପାଇଛନ୍ତି । ଗୃହ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ସରକାରୀ ବିବୃତ୍ତିରେ ଏହା କୁହାଯାଇଛି ଯେ ଦିଲ୍ଲୀ-ଏନସିଆର ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ଉପରେ ପ୍ରତିବନ୍ଧକ ଲଗାଯିବ ।

 

Leave A Reply

Your email address will not be published.