Latest Odisha News

ପୁଣି ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଫେସ୍‌ବୁକ୍‌ର ମୂଳ କମ୍ପାନୀ ମେଟା !

ନୂଆଦିଲ୍ଲୀ: ପୁଣି ୧୧ ହଜାର କର୍ମଚାରୀ ଛଟେଇ କରିବ ଫେସ୍‌ବୁକ୍, ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ୍‌ର ମୂଳ କମ୍ପାନୀ ମେଟା। ଏନେଇ ଆମେରିକା ଖବରକାଗଜ ୱାଶିଂଟନ ପୋଷ୍ଟରେ ଖବର ପ୍ରକାଶ ପାଇଛି। କମ୍ପାନୀରେ ଥିବା ନିଯୁକ୍ତି ସମ୍ପର୍କିତ ଅସମାନତା ନିୟନ୍ତ୍ରଣ କରିବା ପାଇଁ ମେଟା ୧୧ ହଜାର କର୍ମଚାରୀ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି।

ଏହା ପୂର୍ବରୁ ଗତବର୍ଷ ନଭେମ୍ବର ମାସରେ ମୋଟ ୧୧ ହଜାର କର୍ମଚାରୀ ଛଟେଇ କରିଥିଲା ମେଟ। ଯାହା ବିଶ୍ୱରେ ଥିବା କମ୍ପାନୀର କର୍ମଚାରୀଙ୍କ ସଂଖ୍ୟାର ପ୍ରାୟ ୧୧ ପ୍ରତିଶତ ଥିଲା। ସେତେବେଳେ କମ୍ପାନୀ ଆର୍ଥିକ ସମସ୍ୟା ଓ ଅଧିକ ନିଯୁକ୍ତି କରାଯାଇଥିବାରୁ ଛଟେଇ ହେଉଛି ବୋଲି କହିଥିଲା।

ପୁଣି ଏହି ସମାନ କାରଣ ଦର୍ଶାଇ ମେଟା ଏଥର ପୁଣି ୧୧ ହଜାର କର୍ମଚାରୀ ଛଟେଇ କରିପାରେ ବୋଲି ଖବର ପ୍ରକାଶ ପାଇଛି। କମ୍ପାନୀର ଆୟ କମ୍ ହେଉଥିବାରୁ ନିବେଶରେ ବି ହ୍ରାସ ଘଟିଛି। ଏହାର କିଛିଦିନ ପୂର୍ବରୁ ମେଟା କିଛି କର୍ମଚାରୀଙ୍କ କାମର ମାନ ନିର୍ଦ୍ଧାରିତ କରିଥିଲା। କର୍ମାଚାରୀଙ୍କ କାମ ସେତେ ଉତ୍ସାହଜନକ ନଥିଲା ବୋଲି କମ୍ପାନୀ ଦାବି କରି ଉକ୍ତ କର୍ମଚାରୀଙ୍କୁ ବର୍ଗିକୃତ କରିଥିଲା। ଏଥିରୁ ହିଁ ଛଟେଇ ଆଶଙ୍କା ଦେଖା ଦେଇଥିଲା।

ଗତବର୍ଷ ଛଟେଇ ବେଳେ ମେଟା ସିଇଓ ମାର୍କ ଜୁକରବର୍ଗ କହିଥିଲେ ଯେ ଏହା କମ୍ପାନୀ ପୁନର୍ଗଠନର ଆରମ୍ଭ ପ୍ରକ୍ରିୟା। ଆଗକୁ ଏମିତି ଧାରା ଆଗକୁ ଜାରି ରହିବ। ତେଣୁ ତାଙ୍କର ଏପରି କଥାରେ ଛଟେଇର ଆଶଙ୍କା ରହିଥିଲା।

ସୂଚନା ଥାଉକି ଆର୍ଥିକ ଖରାପ ସ୍ଥିତି ଦେଇ ଯାଉଥିବା ଫେସ୍‌ବୁକ୍‌ ଟ୍ୱିଟର ପଥ ଅନୁସରଣ କରିଛି। ବ୍ଲୁ ଟିକ୍‌ ପାଇଁ ଏବେ ଟଙ୍କା ଆଦାୟ କରିବ କମ୍ପାନୀ। ଏଥିପାଇଁ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। କେବଳ ସେତିକି ନୁହେଁ ଫେସ୍‌ବୁକ ଆକାଉଣ୍ଟ ଖୋଲିବାକୁ ହେଲେ ଏବେ ସରକାରୀ ପ୍ରମାଣ ପତ୍ରର ଆବଶ୍ୟକତା ପଡ଼ିପାରେ ବୋଲି କମ୍ପାନୀ ଘୋଷଣା କରିଛି।

ଫେସ୍‌ବୁକ୍‌ ସବ୍ସକ୍ରିପ୍‌ସନ ପଲିସିରେ ୱେବ୍‌ରେ ଫେସ୍‌ବୁକ୍ ଖୋଲିଲେ ଗ୍ରାହକଙ୍କୁ ମାସକୁ ୧୧.୯୯ ଆମେରିକୀୟ ଡଲାର(୯୯୦ ଟଙ୍କା) ଏବଂ  ଆଇଫୋନ୍‌ରେ ଖୋଲିଲେ ୧୪.୯୯ ଆମେରିକୀୟ ଡଲାର ଅର୍ଥାତ(୧,୨୪୦) ଟଙ୍କା ଦେବାକୁ ପଡ଼ିବ। ବର୍ତ୍ତମାନ ଫେସ୍‌ବୁକ୍‌ର ସବ୍ସକ୍ରିପ୍‌ସନ ପିଲିସ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଲାଗୁ ହୋଇଛି। ଖୁବ୍‌ଶୀଘ୍ର ଏହା ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ଲାଗୁ ହେବ।

Comments are closed.