Latest Odisha News

ଚ୍ୟାଲେଂଜ ସହ ଟ୍ୱିଟ୍ଟର-ଇନଷ୍ଟାଗ୍ରାମରେ ଫେସବୁକ୍ ଆକାଉଂଟ ହ୍ୟାକ କଲା ହ୍ୟାକର

ସନ୍ ଫ୍ରାନସିସ୍କୋ: ଟ୍ୱିଟ୍ଟର ଏବଂ ଇନଷ୍ଟାଗ୍ରାମରେ ଫେସବୁକର ଅଫିସିଆଲ ଆକାଉଂଟ ହ୍ୟାକ କରିଛି ଏକ ହ୍ୟାକର ଗୋଷ୍ଠୀ । ସବୁଠାରୁ ବଡ କଥା ଚ୍ୟାଲେଞ୍ଜ ସହ ସେମାନେ ଏହାକୁ ହ୍ୟାକ କରିଛନ୍ତି ।

ଏହା ପଛରେ ଅବରମାଇନ ନାମକ ସାଇବର କ୍ରିମିନାଲ ସଂଗଠନର ହାତ ଥିବା ଅନୁମାନ କରାଯାଉଛି । ହ୍ୟାକ କରିବା ପରେ ହ୍ୟାକର ଗ୍ରୁପର ଏକ ଫଟୋ ମଧ୍ୟ ଶେୟାର କରିଛି । ହ୍ୟାକ ହେବା ପରେ ଆମେ ତୁରନ୍ତ ସାଇଟ ଲକ କରିଦେଲୁ ବୋଲି ଟିିଟ୍ଟରର ପ୍ରବକ୍ତା କହିଛନ୍ତି ।

ବର୍ତମାନ ଉଭୟ ଫେସବୁକ ଓ ଟ୍ୱିଟ୍ଟର ଏହି ସମସ୍ୟାର ସମାଧାନ ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ପଦକ୍ଷେପ ଆରମ୍ଭ କରି ଦେଇଛନ୍ତି ।

ସୂଚନାଯୋଗ୍ୟ, ଅବରମାଇନ ଗ୍ରୁପ ନ୍ୟାଶନାଲ ଫୁଟବଲ ଲିଗରେ ୧୨ଟି ଟିମର ଟ୍ୱିଟ୍ଟର ଆକାଉଂଟ ହ୍ୟାକ କରିଥିଲେ ।

Leave A Reply

Your email address will not be published.