Latest Odisha News

BREAKING NEWS

ଟ୍ରାଫିକ୍ ନିୟମ ଭାଙ୍ଗି ଫସିଲେ ନାବାଳକ; ଜାଣନ୍ତୁ, ତା’ପରେ କଣ ହେଲା…

ଭଦ୍ରକ: ଦେଶରେ ନୂଆ ଟ୍ରାଫିକ୍ ଆଇନ୍ କଡାକଡି କରାଯାଉଥିବା ବେଳେ ନିୟମ୍ ଉଲଘଂନକାରୀଙ୍କୁ ମୋଟା ଅଙ୍କର ତଣ୍ଡ ମଧ୍ୟ ଗଣିବାକୁ ପଡୁଛି । ଏହି ଟ୍ରାଫିକ୍ ନିୟମ୍ ଉଲଘଂନ କରି ଫସିଛନ୍ତି ଜଣେ ନାବାଳକ ।

ପ୍ରାପ୍ତ ସୂଚନାନୁଯାୟୀ ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ବ୍ଲକ୍ ଅନ୍ତର୍ଗତ କହଁର ଛକ ଠାରେ ଚେକିଂ ଚାଲିଥିବା ବେଳେ ଶନିବାର ଦିନ ଜଣେ ନାବାଳକ ଭୁଲ୍ ରାସ୍ତାରେ ଗାଡି ଚଳାଇବା ଏବଂ ଗାଡିର କୌଣସି କାଗଜପତ୍ର ନଥିବାବେଳେ ପୋଲିସ ତାଙ୍କୁ ଧରିଥିଲା । ଯାହାଫଳରେ ତାଙ୍କ ଉପରେ ପ୍ରାୟ ୪୨,୫୦୦ ଟଙ୍କାର ଜୋରିମାନା ଲଗାଯାଇଥିଲା । ଏହାବ୍ୟତିତ ବିନା ହେଲମେଟରେ ଗୋଟିଏ ଗାଡିରେ ୩ ଜଣ ବସିଥିଲେ ବୋଲି ଟ୍ରାଫିକ୍ ଇନସପେକ୍ଟର ଧନେଶ୍ୱର ନାୟକ କହିଛନ୍ତି।

“ପରବର୍ତ୍ତୀ ସମୟରେ ତାଙ୍କ ଉପରେ ମୋଟା ଅଙ୍କର ଜୋରିମାନା ଲଗାଯାଇଥିବା ବେଳେ ଏନେଇ ସମ୍ପୃକ୍ତ ନାବାଳକଙ୍କ ବାପାଙ୍କୁ ଅବଗତ କରାଯାଇଛି” ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.