Latest Odisha News

BREAKING NEWS

କାଲିଠୁ ଅଚଳ ହୋଇଯିବ କି ଫେସବୁକ ଓ ଟ୍ୱିଟର?

ନୂଆଦିଲ୍ଲୀ: ଯଦି ନୂତନ ନିର୍ଦ୍ଦେଶାବଳୀ ପାଳନ ନକରନ୍ତି‌ ତେବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍, ଟ୍ୱିଟର ଏବଂ ଇନଷ୍ଟାଗ୍ରାମ ଭାରତରେ ବ୍ୟାନ୍‌ ହୋଇପାରେ।

ସରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ ନିର୍ଦ୍ଦେଶାବଳୀ ଗ୍ରହଣ କରିବାର ଶେଷ ତାରିଖ ମେ ୨୫ ରେ ଶେଷ ହେବାକୁ ଯାଉଛି। କିନ୍ତୁ ଏପର୍ଯ୍ୟନ୍ତ ହ୍ବାଟ୍‌ସ ଆପ୍‌, ଫେସବୁକ୍, ଟ୍ୱିଟର ସମେତ କୌଣସି ପ୍ଲାଟଫର୍ମ ନୂତନ ନିୟମାବଳୀ ପାଳନ କରି ନାହାନ୍ତି। ଟ୍ୱିଟରର ଭାରତୀୟ ସଂସ୍କରଣ ‘କୁ’ ଏକମାତ୍ର ସୋସିଆଲ ମିଡିଆ ଆପ୍ ଯାହା ଆସନ୍ତା ୨୫ ତାରିଖ ପୂର୍ବରୁ ନୂତନ ନିର୍ଦ୍ଦେଶାବଳୀ ପାଳନ କରିଛି।

ଫେବୃଆରୀ ୨୦୨୧ରେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MEITy) ନୂତନ ଆଇଟି ନିୟମ ମାନିବାକୁ ସୋସିଆଲ ପ୍ଲାଟଫର୍ମକୁ ତିନିମାସ ସମୟ ଦେଇଥିଲା। ହେ‌ଲେ ଏହି ତିନି ମାସ ଅବଧି ମଧ୍ୟରେ କେହି ନିୟମ ପାଳନ କରିନଥିବା ଜଣାପଡ଼ିଛି।

ଯଦି ସେମାନେ ନିୟମ ନ ମାନନ୍ତି ତେବେ ଭାରତୀୟ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇପାରେ। ଏ ନେଇ ଜଣେ ଅଧିକାରୀ ଏକ ବିବୃତ୍ତିରେ କହିଛନ୍ତି।

Comments are closed.