Latest Odisha News

ୱେବିନାର ମାଧ୍ୟମରେ କୋରାପୁଟ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଆଲୋଚନାଚକ୍ର

କୋରାପୁଟ : କୋରାପୁଟ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲାର ଜନଜାତି ଗବେଷକଙ୍କୁ ନେଇ ୱେବିନାର ମାଧ୍ୟମରେ ‘ସଂସ୍କୃତି ଏବଂ ସାହିତ୍ୟ ଚର୍ଚ୍ଚା’ ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି।

ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଉଦଘାଟନ କରିଥିଲେ। ଏଥିରେ ରାଜ୍ୟର ତିନୋଟି ଏକାଡେମୀର ସଭାପତି ଯଥା , ସାହିତ୍ୟ ଏକାଡେମୀ ସଭାପତି ହୃଷିକେଶ ମଲ୍ଲିକ , ସଙ୍ଗୀତ ନାଟକ ଏକାଡେମୀ ସଭପତି ପଦ୍ମଶ୍ରୀ ଅରୁଣା ମହାନ୍ତି  , ଲଳିତ କଳା ଏକାଡେମୀ ସଭପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସମେତ ଅନେକ ଜାତୀୟ ସ୍ତରର ଲେଖକ ଓ ଗବେଷକ ଯୋଗ ଦେଇଥିଲେ।

ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ଦାସଙ୍କ ପରିଚଳାନାରେ ଏହି ସଭାରେ କୋରାପୁଟ ଜିଲ୍ଲାର ଡ. ରାଜେନ୍ଦ୍ର ପାଢ଼ୀ , ରଞ୍ଜନ ମହୁରିଆ , ଜଳଧର ସ୍ୱାଇଁ , ମାଲକାନଗିରିରୁ ଲକ୍ଷ୍ମଣ ମାନ୍ଦ୍ରା, ରାୟଗଡ଼ାରୁ ସାରଙ୍ଗ ନାୟକ , ଦ୍ବିତୀଚନ୍ଦ୍ର ସାହୁ ଏବଂ ନବରଙ୍ଗପୁରରୁ ସାଇମନ ବିଡ଼କା ପ୍ରମୁଖ  ଭାଗ ନେଇଥିଲେ

Leave A Reply

Your email address will not be published.