Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶ୍ରୀଜଗନ୍ନାଥ ନାମର ତାତ୍ପର୍ଯ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଏଭଳି ନାମର ତାତ୍ପର୍ଯ୍ୟ ବୁଝିବାକୁ ହେଲେ ଶ୍ରୀମଦ ଗୀତାର କ୍ଷର ଓ ଅକ୍ଷର ପୁରୁଷଙ୍କୁ ଜାଣିବାକୁ ପଡିବ। ଜୀବ (କ୍ଷର ପୁରୁଷ ) ଓ ଆତ୍ମା (ଅକ୍ଷର ପୁରୁଷ ) କିନ୍ତୁ ଏହି ଦୁଇ ତତ୍ତ୍ୱରୁ ଅତୀତ ହେଲେ ପୁରୁଷୋତ୍ତମ ଅନ୍ୟ ଭାବରେ କହିଲେ ପୁରୁଷୋତ୍ତମ ହେଉଛନ୍ତି କ୍ଷର ପୁରୁଷଠାରୁ ଭିନ୍ନ ଓ ଅକ୍ଷର ପୁରୁଷ ଠାରୁ ଉତ୍ତମ ।

ସେ ପରା ପରଂବ୍ରହ୍ମ, ଏ ସାରା ଜଗତର ଏକ ମାତ୍ର ପୁରୁଷ ସତ୍ତା ଓ ସମଗ୍ର ଜଗତ ତାର ପ୍ରକୃତି ସତ୍ତା.ଆମେ ଦୃଶ୍ୟମାନ ଜଗତକୁ କ୍ଷର ପୁରୁଷ ଓ ଅଦୃଶ୍ୟ ମହାଶକ୍ତିଙ୍କୁ ଅକ୍ଷର ପୁରୁଷ ଭାବେ ବିବେଚନା କରୁ । ସେଥିପାଇଁ କୁହାଯାଏ ଜଗତ ଅନିତ୍ୟ ଓ ତାର ନାଥ (ଜଗନ୍ନାଥ )ନିତ୍ୟ, ଅର୍ଥାତ ଜଗତ କ୍ଷର (ନାଶବାନ ) ଓ ଜଗନ୍ନାଥ ଅକ୍ଷର (ଅବିନ୍ୟାଶୀ ) । ତେଣୁ ଗୀତାରେ ବର୍ଣ୍ଣିତ ହୋଇଛି “ଯସ୍ମାତ କ୍ଷରମତୀ ତୋଅହଂ ଅକ୍ଷରାଦପି ଚୋତମଃ, ଅତୋସ୍ମି ଲୋକେ ଵେଦେ ଚ ପ୍ରଥିତଃ ପୁରୁଷୋତମଃ ।”

ଆସନ୍ତୁ, ତେବେ ଜଗତର ଏକମାତ୍ର ସତ୍ୟ ଜଗତ ନାଥ ଜଗନ୍ନାଥଙ୍କୁ ନିବେଦନ କରିବା “ତୁମପାଦେ ବନ୍ଧା ଦେଲି ମୋ ଜୀବନ, ରଖିଲେ ରଖିବ ଅବା ନେବ ପରାଣ । ହେ ଜଗନ୍ନାଥ ଜଗମୋହନ । ଜୟ ଜଗନ୍ନାଥ

Leave A Reply

Your email address will not be published.