Latest Odisha News

BREAKING NEWS

୪ ରାଜ୍ୟର ଭାଗ୍ୟ ନିର୍ଦ୍ଧାରଣ ଆଜି: ଆଉ କିଛି ସମୟ ପରେ ଆରମ୍ଭ ହେବ ଭୋଟ ଗଣତି

ନୂଆଦିଲ୍ଲୀ: ଆଜି ହେବ ଭାଗ୍ୟ ନିର୍ଦ୍ଧାରଣ । ୪ ରାଜ୍ୟରେ ହେବ ଭୋଟ ଗଣତି । ଦୀର୍ଘ ଦିନର ପ୍ରତୀକ୍ଷାର ହେବ ଅନ୍ତ । କିଏ ଜିତିବ, କିଏ ହାରିବ ଆଜି ସ୍ପଷ୍ଟ ହୋଇଯିବ । କାହାମୁଣ୍ଡରେ ବନ୍ଧାହେବ ବିଜୟ ମୁକୁଟ, କିଏ ଧରିବ ଶାସନ କମାଣ ଆଉ କେଇଘଣ୍ଟା ପରେ ସାମ୍ନାକୁ ଆସିବ । ଏଗ୍ଜିଟ ପୋଲକୁ ଦେଖିବା ପରେ କଂଗ୍ରେସ ଶିବିରରେ ଖୁସିର ମାହୋଲ । ବିଜେପି କିନ୍ତୁ କହୁଛି ସେ ବିଜୟମୁକୁଟ ତାର । ଏସବୁ ବାକ ଯୁଦ୍ଧ ଭିତରେ ଆଉ କିଛି ସମୟକୁ ଅପେକ୍ଷା । ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଏବଂ ଛତିଶଗଡ ନିର୍ବାଚନ ଫଳାଫଳ ଆଜି ଘୋଷଣା କରାଯିବ । ପ୍ରଥମେ ପୋଷ୍ଟାଲ ବାଲାଡ ଗଣତି ହେବ । ଏଥିପାଇଁ ୪ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଫଳଫଳ ଘୋଷଣା ପୂର୍ବରୁ କଂଗ୍ରେସ ଶିବିରରେ ଖୁସିର ଲହରି ଦେଖିବାକୁ ମିଳିଛି । ଏପରିକି କର୍ମୀମାନେ ବାଣ ଫୁଟାଇବା ଆରମ୍ଭ କଲେଣି । ଏପଟେ ବିଜେପି କହିଛି ୪ ରାଜ୍ୟ ମଧ୍ୟରୁ ୩ଟିରେ ସେ ପୂର୍ଣ୍ଣ ବହୁମତରେ ସରକାର ଗଠନ କରିବ ।

ଫଳାଫଳ ଆସିବା ପୂର୍ବରୁ ଆମେ  ୪ ରାଜ୍ୟର ସ୍ଥିତି ଜଣାଇବାକୁ ଚାହିଁବୁ । ୨୦୧୮ରେ କେଉଁ ରାଜ୍ୟରେ କେଉଁ ଦଳ କେତେ ଆସନ ପାଇଥିଲା ସେ ସମ୍ପର୍କରେ ଜାଣନ୍ତୁ ।

ତେଲେଙ୍ଗାନା-

ଟିଆରଏସ- ୮୮

କଂଗ୍ରେସ-୨୧

ବିଜେପି- ୧

ଏଆଇଏମଆଇଏମ-୮

ଅନ୍ୟ- ୧

ନିର୍ଦ୍ଦଳୀୟ-୧

ମଧ୍ୟପ୍ରଦେଶ-

ବିଜେପି-୧୨୭

କଂଗ୍ରେସ-୯୬

ବିଏସପି-୨

ନିର୍ଦ୍ଦଳୀୟ-୪

ଛତିଶଗଡ

କଂଗ୍ରେସ-୬୮

ବିଜେପି-୧୫

ଜେସିସି-୫

ବିଏସପି-୨

ରାଜସ୍ଥାନ-

କଂଗ୍ରେସ-୧୦୦

ବିଜେପି-୭୩

ନିର୍ଦ୍ଦଳୀୟ-୧୩

ବିଏସପି-୬

ଆରଏଲପି-୩

ସିପିଆଇ(ଏମ)-୨

ବିଟିପି-୨

ଆରଏଲଡି-୧

Leave A Reply

Your email address will not be published.