Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ନୀଳାଦ୍ରି ମହୋଦୟ ଗ୍ରନ୍ଥ (ଅଷ୍ଟମ ଅଧ୍ୟାୟ-୨)

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ପ୍ରଚଳିତ ଏକ ଅମୂଲ୍ୟ ଗ୍ରନ୍ଥ ହେଉଛି ନୀଳାଦ୍ରି ମହୋଦୟ। ଏଥିରେ କେବଳ ମହାପ୍ରଭୁଙ୍କର ପୂଜା ବିଧି ଓ ରୀତିନୀତି ବର୍ଣ୍ଣିତ ହୋଇନାହିଁ ଏହା ଶ୍ରୀମନ୍ଦିର ଓ ଶ୍ରୀଜୀଉମାନଙ୍କ ସମସ୍ତ ଇତିହାସ ସହିତ ଶ୍ରୀଜଗନ୍ନାଥଙ୍କ ଦ୍ୱାରା ନିର୍ଦ୍ଦେଶିତ କିଛି ନିୟମ ମଧ୍ୟ ବର୍ଣ୍ଣିତ ହୋଇଛି। ଆଲୋଚ୍ୟ ବିଷୟଗୁଡ଼ିକ ଏହି ନିୟମର ଅଂଶ ବିଶେଷ ମୁଖ୍ୟତଃ ଷଷ୍ଠ ଅଧ୍ୟାୟରୁ ଦଶମ ଅଧ୍ୟାୟ ମଧ୍ୟରେ ଏହିଗୁଡ଼ିକ ବିଭିନ୍ନ ଶ୍ଳୋକ ମାଧ୍ୟମରେ ବର୍ଣ୍ଣିତ ହୋଇଛି। ସେହି କ୍ରମରେ ଆଜି ଜାଣିବା କିଛି ଶ୍ଳୋକରେ ବର୍ଣ୍ଣିତ ନୀତି ବିଷୟରେ।

ଅଷ୍ଟମ ଅଧ୍ୟାୟ ଶ୍ଳୋକ ୫୧- ୫୪:-
ଏହି ଶ୍ଳୋକମାନଙ୍କ ବର୍ଣ୍ଣନା ଅନୁଯାୟୀ ଶ୍ରୀଜିଉମାନଙ୍କ ଚତୁର୍ଥ ପୂଜା ବା ରାତ୍ର ପୂଜା ସମୟରେ ଶ୍ରୀଜଗନ୍ନାଥଙ୍କୁ ଗୋପୀ ପରିବେଷ୍ଠିତ ରସରାଜ ଶ୍ରୀକୃଷ୍ଣ ରୂପରେ ଭାବନା କରିବା ଉଚିତ। ଏହାର ମୂଖ୍ୟ କାରଣ ହେଲା ରାତ୍ର ପୂଜା ସନ୍ଧ୍ୟ ର ସାତଘଡି ମଧ୍ୟରେ ପଞ୍ଚଉପଚାରରେ ହୋଇଥାଏ।।ଏହି ସମୟଟି ଭଗବାନ ଶ୍ରୀକୃଷ୍ଣଙ୍କ ରାସ ରଚିବାର ସମୟ, ଯେଉଁଠି ରାସ ସେଠାରେ ଗୋପୀ ନରହିବେ କିପରି। ଆଉ ଏକ ବିଶେଷ କଥା ସମସ୍ତେ ପରିଲକ୍ଷିତ କରିଥିବେ ତାହା ହେଉଛି ରାତ୍ର ଧୂପ ପରେ ପହୁଡ଼ ପୂର୍ବରୁ ପ୍ରଭୁଙ୍କର ବଡ଼ସିଂହାର ବେଶ । ତେବେ ଶୟନକୁ ଯିବା ପୂର୍ବରୁ ଏଭଳି ଅପରୂପ ବେଶ କାହିଁକି? ଏହାର ଏକ ମାତ୍ର ଉତ୍ତର ହେଲା ରାସର ପ୍ରସ୍ତୁତି ପୂର୍ବରୁ ଆମେ ବଡ଼ ସିଂହାର ବେଶ ବିଷୟରେ ବିଶେଷ ଆଲୋଚନା କରିଛେ। ଯାହାକୁ ଅନୁଧ୍ୟାନ କଲେ ଆପଣ ଶ୍ରୀଜଗନ୍ନାଥଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ବିଭିନ୍ନ ରୂପରେ ଧ୍ୟାନ କାହିଁକି କରିବା ତାହା ଅନୁମାନ କରି ପାରିବେ।

ଅଷ୍ଟମ ଅଧ୍ୟାୟ ଶ୍ଳୋକ ୬୭ -୬୮ :-
ଏହି ଶ୍ଳୋକ ବର୍ଣ୍ଣିତ ବିଧି ବିଧାନକୁ ଅନୁଧ୍ୟାନ କଲେ ଜଣାଯାଏ ପ୍ରଭୁଙ୍କର ବଡ଼ସିଂହାର ବେଶ ପରେ ଶୟନ ପୂର୍ବରୁ ଶ୍ରୀଜୀଉମାନଙ୍କୁ ଦୁଇଥର ଆଳତି ପ୍ରଦର୍ଶନ କରିବ। ଆଗରୁ ଜାଣିଲେ ଶୟନ ପୂର୍ବରୁ ବା ଶ୍ରୀମନ୍ଦିର ଭାଷା ରେ ପହୁଡ଼ ପୂର୍ବରୁ କର୍ପୁର ଆଳତି ପ୍ରଦାନ କାରାଯାଏ । ଶେଷରେ ମଧ୍ୟ ସଂସ୍କାର ପୂର୍ବକ ଦୀପ ବଳିତା ରେ ଆଳତି କରିବ। ଏହି ଆଳତିର ପୂର୍ଣ୍ଣ ବିଧାନ ଆଗରୁ ଆଲୋଚନା କରିଛେ। ତେଣୁ ନୀଳାଦ୍ରି ମହୋଦୟ କେବଳ ଦୁଇଥର ଆଳତି କରିବାର ନିର୍ଦ୍ଦେଶ ଦେଇଛନ୍ତି।

ଆଗାମୀ ଅଧ୍ୟାୟରେ ଜାଣିବା ନୀଳାଦ୍ରି ମହୋଦୟ ବର୍ଣ୍ଣିତ ଦଶମ ଅଧ୍ୟାୟର ବିଭିନ୍ନ ଶ୍ଳୋକର ଅର୍ଥ ଓ ବ୍ୟାଖ୍ୟା ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନର।

ଯାବତ ଗୋବିନ୍ଦ ଚରଣ
ଏ ଜୀବ ନପଶେ ଶରଣ।
ତାବତ ଆତ୍ମା ନୋହେ ସୁଖୀ
ନିରତେ ତାପ ତ୍ରୟେ ଦୁଃଖୀ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.