Latest Odisha News

BREAKING NEWS

ଶୀତଦିନେ ଋପି ସମସ୍ୟା ନେଇ ଚିନ୍ତିତ କି? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ

ଭୁବନେଶ୍ଵର: ମନୁଷ୍ୟ ସୌନ୍ଦର୍ଯ୍ୟର ମୂଳ ଅଂଶ ହେଉଛି କେଶ । କିନ୍ତୁ ବର୍ତ୍ତମାନ ସମୟରେ କେଶ ଝଡିବା ଏକ ସାଧାରଣ ସମସ୍ୟା ପାଲଟିଯାଇଛି । ଶୀତଦିନେ ତ୍ୱଚାର ଯତ୍ନ ସହିତ କେଶର ମଧ୍ୟ ସଠିକ୍‌ ଦେଖାଚାହାଁ କରିବା ନିହାତି ଜରୁରୀ । କାରଣ ଶୀତଦିନେ ଅନେକଙ୍କର କେଶ ରୁକ୍ଷ ହେବା ସହ କାହାର କାହାର ରୁପି ସମସ୍ୟା ମଧ୍ୟ ଦେଖାଯାଇଥାଏ । ତେଣୁ ଏହି ସମସ୍ୟାକୁ ଦୂର କରିବାଲାଗି ଆପଣାନ୍ତୁ କିଛି ଘରୋଇ ଉପଚାର…

ନିମ୍ବ ପ୍ୟାକ:

ଶୀତଦିନେ ଋପି ଏକ ମୁଖ୍ୟ ସମସ୍ୟା । ତେବେ ଋପିରୁ ମୁକ୍ତି ପାଇବା ପାଇଁ କେଶରେ ନିମ୍ବ ପ୍ୟାକ୍ ବ୍ୟବହାର କରନ୍ତୁ । ଏହା କେଶର ରୁକ୍ଷ ଅଂଶକୁ କୋମଳ କରିବା ସହିତ କେଶରେ ଥିବା ଇଷ୍ଟକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦିଏ ।

ଲେମ୍ବ ରସ:

୩-୪ଲେମ୍ବୁର ଚୋପା ଛଡାଇ ୪-୫କପ ପାଣି ଦେଇ ତାକୁ ୧୦-୧୫ ମିନିଟ ପର୍ଯ୍ୟନ୍ତ ସିଝାନ୍ତୁ ଏବଂ ଏହାକୁ ଥଣ୍ଡା କରି କେଶରେ ଲଗାନ୍ତୁ । ତେବେ ଏହାକୁ ସପ୍ତାହରେ ଥରେ ବ୍ୟବହାର କରନ୍ତୁ ।

ମେଥି:

୨ଚାମଚ ମେଥିକୁ ପାଣିରେ ଭିଜାଇ ତାକୁ ପରଦିନ ସକାଳେ ବାଟି ଏହାର ପେଷ୍ଟକୁ କେଶରେ ଲଗାନ୍ତୁ । ପାଖାପାଖି ୩୦ମିନିଟ୍ ପରେ କେଶକୁ ଧୋଇ ନିଅନ୍ତୁ ।

ଦହି:

ମୁଣ୍ଡ ଏବଂ କେଶରେ ଦହି ଲେପ ଦେଇ ୧ଘଣ୍ଟା ରଖନ୍ତୁ ଓ ପରେ ମୁଣ୍ଡକୁ ଶ୍ୟାମ୍ପୁରେ ଭଲ ଭାବେ ଧୋଇନିଅନ୍ତୁ । ଏହି ପ୍ରକ୍ରିୟା ସପ୍ତାହରେ ଅତି ବେଶିରୁ ୨ଥର କରନ୍ତୁ ।

ଅଣ୍ଡା:

୨ଟି ଅଣ୍ଡାକୁ ନେଇ ଏକ ପେଷ୍ଟ ପ୍ରସ୍ତୁତ କରି ତାକୁ ମୁଣ୍ଡରେ ଲଗାନ୍ତୁ ଏବଂ ୧ଘଣ୍ଟା ରଖିବା ପରେ ତାକୁ ଧୋଇ ନିଅନ୍ତୁ । ଏହା ଦ୍ୱାରା ଋପି ଏବଂ କେଶ ଝଡିବା ଭଳି ସମସ୍ୟା ଦୂର ହୋଇଥାଏ ।

ଗରମ ତେଲ ମାଲିସ୍:

ବାଦାମ, ନଡିଆ ତେଲ କିମ୍ବା ଜଡା ତେଲକୁ ହାଲକା ଗରମ କରି କେଶରେ ମାଲିସ କରିବାଦ୍ୱାରା ଋପି ସମସ୍ୟା ଦୂର ହୋଇଥାଏ । ତେବେ ରାତିରେ ଏହାକୁ ମାଲିସ କରି ପରଦିନ ସକାଳେ ଶ୍ୟାମ୍ପୁରେ କେଶକୁ ଧୋଇନିଅନ୍ତୁ ।

ଆଲୋବେରା ପ୍ୟାକ:

ଗାଧୋଇବା ପୂର୍ବରୁ ଆଲୋବେରା ଜେଲିକୁ କେଶରେ ଲଗାନ୍ତୁ ଏବଂ ୨୦ମିନିଟ ପରେ ଶ୍ୟାମ୍ପୁ କରି ଧୋଇନିଅନ୍ତୁ । ଏହା ଦ୍ଵାରା ଋପି ସମସ୍ୟା ଦୂର ହୋଇଥାଏ । ପ୍ରତିଦିନ କେଶ ଧୋଇ ଏବଂ କେଶର ସଠିକ୍ ଯତ୍ନନେଇ ଋପି ସମସ୍ୟା ଦୂର କରାଯାଇପାରିବ ।

Leave A Reply

Your email address will not be published.