ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରଥମ ବିଗ୍ରହ କଣ ନିମ୍ବ ଦାରୁ ଥିଲା ? ନା ଏହା ବ୍ରହ୍ମଦାରୁ ଥିଲା, କେଉଁ ବୃକ୍ଷର ଦାରୁ ଥିଲା ତାହା ପୁରାଣମାନଙ୍କରେ ସ୍ପଷ୍ଟ ହୋଇନାହିଁ, ତଥାପି ସ୍କନ୍ଦ ପୁରାଣ କହନ୍ତି ,
ଦେବଦୃଷ୍ଟୋ ମହାନ ବୃକ୍ଷ ତଟଭୁମୌ ମହୋଦଧେ, ପ୍ରବୀଷ୍ଠାଗ୍ର ସମୁଦ୍ରନ୍ତେ କଲ୍ଲୋଳ ପ୍ଳବମୁଲକଃ ।
ଏଭଳି ଦୈବୀ ବୃକ୍ଷକୁ ବିଲେଶ୍ଵରଙ୍କ ନିକଟସ୍ଥ ମହୋଦଧି ତଟରେ ଦେଖି ରାଜ ସେବକ ମାନେ ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କୁ ଜଣାଇଥିଲେ । କୁହାଯାଏ ମଞ୍ଜିଷ୍ଠ ବର୍ଣର (ଇଷତ ଲାଲ )ଏହି ଦାରୁ ଉଦୟ ସୂର୍ଯ୍ୟଙ୍କ ତେଜ ଧାରଣ କରିବା ସହ ଅତ୍ୟନ୍ତ ସୁଗନ୍ଧିତ ଥିଲା । ଏଥିରେ ଶଙ୍ଖ ଚକ୍ର ଆଦି ଦିବ୍ୟ ଚି଼ହ୍ନମାନ ଥିଲା, ଏହି ଦାରୁଙ୍କୁ ଆଗରୁ କେହି କେବେ ଦେଖିନଥିଲେ, ଯଥା ନ ଦୃଷ୍ଟୋ ପୂର୍ବୋ ବୃକ୍ଷୟୋ ଉଦ୍ୟ ସୂର୍ଯ୍ୟନି ଭୋଶୁଂନା, ଗନ୍ଧେନ ବସାୟନ ସର୍ବଂ ତଟଭୂମି ସୁଗନ୍ଧିନା ।
ତେଣୁ ସର୍ବମାନ୍ୟରେ ଉକ୍ତ ଦିବ୍ୟ ଦାରୁଙ୍କୁ ବିଷ୍ଣୁଙ୍କ ଅଂଶ ବ୍ରହ୍ମ ବିଶେଷ ବିବେଚିତ କରାଯାଏ ଓ ବ୍ରହ୍ମ ଦାରୁ ରୂପେ ଗଣ୍ୟ ହୁଏ। ଏ ବିଷୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହୋଦୟ ଲେଖନ୍ତି -“ବଟଶାଖା ଘେନି ନିଗମ ସାକ୍ଷାତ, ପାପ ତାପ ପଶୁନାଗ ସୁକର୍ମ ଭଜିତ, ଭକ୍ତି ମୁକ୍ତି ଫଳ ଅଛି ନଦେଖନ୍ତି କେହି, ସ୍ଵଭାବରେ ବ୍ରହ୍ମଦାରୁ ବ୍ୟସ୍ତ ପଦେ ରହି ହେ ।”
ଜୟ ଜଗନ୍ନାଥ
Comments are closed.