Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଯୋଗମାୟାଙ୍କ ମାୟା ଶକ୍ତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

BjdElectrycity

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶକ୍ତି (ପ୍ରକୃତି )ସ୍ୱରୂପିଣୀ ଦେବୀ ତତ୍ତ୍ୱର ଆଲୋଚନା କରିବା ସମୟରେ ପ୍ରଥମେ” ସପ୍ତଶତୀ ଚଣ୍ଡୀ ” ବର୍ଣ୍ଣିତ ଏହି ଶ୍ଳୋକଟିକୁ ବିଶ୍ଳେଷଣ କରିବା “ଜ୍ଞାନିନାମପି ଚେତାଂସି ଦେବୀ ଭଗବତୀ ହି ସା, ବଳାଦାକୃଷ୍ୟ ମୋହlୟ ମହାମାୟା ପ୍ରୟଚ୍ଛତି। ” ଅର୍ଥାତ ମହାମାୟା ଜ୍ଞାନୀ ଓ ବେଦବିତ୍ତମାନଙ୍କୁ ଆକର୍ଷଣ କରିପାରନ୍ତି। କିନ୍ତୁ ଯାହାଙ୍କର (ପରଂବ୍ରହ୍ମ )ସେ ଅଂଶ ତାଙ୍କୁ ଆକର୍ଷିତ ନକରି ତାଙ୍କରି ସତ୍ତାରେ ମିଶି ରହିଥାନ୍ତି। ମହାମାୟା ନିଜ ମାୟା ଶକ୍ତି ଦ୍ୱାରା ଏ ସଂସାର ସର୍ଜନା କରନ୍ତି । ଶ୍ରୀମଦ ଭଗବତ ଗୀତା ପ୍ରମାଣ ଦିଏ ।

” ଭୂମିରପୋନଳ ବାୟୁ ଖଂମନ ବୁଦ୍ଧିରେବ ଚ କର୍ମlଣି କ୍ରିୟମାଣlନି ସର୍ବଶଃ “(ଗୀତା ୧୩ /୩୦)। ଶକ୍ତିଙ୍କୁ ଆଶ୍ରୟ କରି ପରଂବ୍ରହ୍ମ ସୃଷ୍ଟି ସର୍ଜନା କରୁଥିଲେ ମଧ୍ୟ, ସେ ଏହାଠାରୁ ଭିନ୍ନ ବା ପୃଥକ ରହନ୍ତି। ଏ ସାରା ଜଗତ ମହାମାୟାଙ୍କ ମାୟା ଆବୃତ ହୋଇ ରହେ। ସେହି ମହାମାୟାଙ୍କର ଶାରଦୀୟ ପୂଜା ସମୟରେ ଆମେ ତାଙ୍କୁ ମା ଦୁର୍ଗା ବୋଲି କହୁଅଛେ। ସାଧାରଣ ଭାବରେ କହିଲେ ଦୁର୍ଗା ନାମର ସାର୍ଥକତା ହେଲା “ଦୁଃଖlତ ତ୍ରୟତେ ଇତି ଦୁର୍ଗା “ଅଥବା “ଦୁର୍ଗତି ନାଶନ୍ତି ଇତି ଦୁର୍ଗା। “ ଏ ସଂସାରର ସମସ୍ତ ଦୁଃଖରୁ ଯେ ତାରନ୍ତି ବା ଯାହାଙ୍କର ତlରିବାର ଶକ୍ତି ଅଛି ସେହିଁ ଦୁର୍ଗା। ଅନ୍ୟଟି ହେଲା ଦୁର୍ଗତିମାନଙ୍କୁ ଯେ ନାଶ କରନ୍ତି ସେ ଦୁର୍ଗା। ସେଥିପାଇଁ ତ ଆମେ ପାର୍ଥନା କରିବା ସମୟରେ କହୁ ” ହେ ମା ଦୁର୍ଗେ, ଦୁର୍ଗତିନାଶିନୀ, ଦୁଃଖ କଷ୍ଟ ନିବାରିଣୀ । “ ଆପଣଙ୍କ ଅବଗତି ନିମନ୍ତେ ଜଣାଉଛି କେବଳ ମଣିଷର ବା ଜୀବର ଦୁଃଖ ନିବାରଣ କରନ୍ତିନି। ପରଂବ୍ରହ୍ମଙ୍କ ଶକ୍ତିସ୍ୱରୂପିଣୀ ଦେବୀ ଦୁର୍ଗାଙ୍କ ସୃଷ୍ଟି ସମସ୍ତ ଦେବତାମାନଙ୍କ ଦୁଃଖ ଦୂର କରିବା ପାଇଁ ହୋଇଛି । ଶାସ୍ତ୍ର କହେ “ସର୍ବେଷାଂ ଦେବନାଂ ଦୁଃଖେଭ୍ୟ ଗତା ଜାତା ଇତି ଦୁର୍ଗା । ” ଦେବତାମାନଙ୍କ ପୁଣି ଦୁଃଖ କଣ ? ହଁ ପରଂବ୍ରହ୍ମ ସିନା ନିଜକୁ ନିର୍ଲିପ୍ତ, ନିର୍ବିକାର, ନିରାକାର କରିଦେଲେ, କିନ୍ତୁ ଦେବତାମlନେ ନାନାଦି କ୍ରିୟାରେ ଲିପ୍ତ ହୋଇ ଯୋଗମାୟାଙ୍କ ମାୟା ଶକ୍ତି ଆବେଶରେ ରହିଲେ, ଯେଉଁଠି ମାୟା ସେଇଠି ବନ୍ଧନ। ଯେଉଁଠି ବନ୍ଧନ ସେଇଠି ଦୁଃଖ ନିଶ୍ଚିତ।

ତେଣୁ ସଂସାରର ଦୁଇ ପ୍ରଚଣ୍ଡ ଶକ୍ତି ଦେବ ଶକ୍ତି ଓ ଦାନବା ଶକ୍ତି ମଧ୍ୟରେ ଦ୍ଵନ୍ଦ ଅହରହ ଚାଲିଛି ଓ ଚାଲୁଥିବ ମଧ୍ୟ। ଯେତେବେଳେ ଦାନଵ ଶକ୍ତି ପ୍ରବଳ ହୋଇ ଦୈବୀ ଶକ୍ତିକୁ ପରାଭୂତ କରିବ । ସେତେବେଳେ ଜାତ ହେବେ ଦୁର୍ଗା, ସମସ୍ତ ଦେବତାଙ୍କ ତେଜରେ ବଳିୟାନ ହୋଇ ନାଶିବେ ଦୈତ ମହିଷାସୁରମାନଙ୍କୁ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଚେତନାର ପ୍ରତୀୟମାନ ସମାହାରରେ ବିକଶିତ ମହାଶକ୍ତିମନ୍ତ ଚେତନା ହିଁ ଶ୍ରୀଦୁର୍ଗା। ଶ୍ରୀଜଗନ୍ନାଥ ଲୀଳାମୟ ଓ ଶ୍ରୀଦୁର୍ଗା ଲୀଳାମୟୀ। ସେହିଁ ମହାମାୟା, ବ୍ରହ୍ମର ଆଦିଶକ୍ତି ଯୋଗମାୟା। ସୃଷ୍ଟି, ସ୍ଥିତି, ପ୍ରଳୟ ପରଂବ୍ରହ୍ମଙ୍କ ଚେତନାର ପରିପ୍ରକାଶ ହୋଇଥିଲେ ମଧ୍ୟ ଯୋଗମାୟାଙ୍କ ବିବର୍ତ୍ତନାତ୍ମକ ଭାବକୁ ପ୍ରସାର କରିଥାଏ। ବିଜ୍ଞାନ ବର୍ଣ୍ଣିତ ବିବର୍ତ୍ତନ ବାଦକୁ ଅନୁଧ୍ୟାନ କଲେ ଏହି ମହାମାୟା ବା ମହlଜଗତିକ ବିକାଶ ଧାରା ଦୃଷ୍ଟି ଗୋଚର ହୁଏ। ଏହାହିଁ ପରଂବ୍ରହ୍ମଙ୍କ ବ୍ୟାପ୍ତlତ୍ମକ ନିତ୍ୟ ଭାବ ଯାହା ଆଦ୍ୟାଶକ୍ତି ଦେବୀ ଦୁର୍ଗାଙ୍କ ଦ୍ୱାରା ସଂଘଟିତ ହୁଏ। ମା ଦୁର୍ଗାଙ୍କର ଏ ପାର୍ବଣ ପୂଜା ତିଥିରେ କେବଳ ଏତିକି ଚିନ୍ତା କରିବା ହେ ମା ଦୁର୍ଗା ତୁମେ ସୃଷ୍ଟିର ମୂଳ ପ୍ରକୃତି ଆଦ୍ୟାଶକ୍ତି ତଥା ସୃଷ୍ଟି ସ୍ଥିତି ଲୟର ହେତୁଭୁତା। ତେଣୁ ଆମେ ତୁମକୁ ଆବାହନ କରୁଛୁ। ଅର୍ଚ୍ଚନା କରୁଛୁ, ବନ୍ଦନା କରୁଛୁ :  “ସର୍ବ ପୀଠ ମୟୀ ଶକ୍ତି ସର୍ବଦେବ ସ୍ୱରୂପିଣୀ, ସର୍ବ ମନ୍ତ୍ରମୟୀ ଶକ୍ତି ଚତୃବର୍ଗ ପ୍ରଦାୟିନୀ “ଜୟ ମା ଦୁର୍ଗା
(ଦ. ତ୍ରୀ. ଉବାଚ )

ଜୟ ଜଗନ୍ନାଥ

Leave A Reply

Your email address will not be published.