Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ।: ଶ୍ରୀମନ୍ଦିର ନିର୍ମାଣ ଶୈଳୀ (୩)

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା 

ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ନିର୍ମାଣ ଶୈଳୀ ଆଲୋଚନା ସମୟରେ ପ୍ରlବନ୍ଧିକ ତଥା ଐତିହାସିକ ଶରତ ଚନ୍ଦ୍ର ମହାପାତ୍ରଙ୍କ ପ୍ରବନ୍ଧ ଅନୁସାରେ ଜଣାଯାଏ ଉତ୍କଳର ପ୍ରାଚୀନ ମନ୍ଦିରଗୁଡିକର ବ୍ୟାପକ ଅନୁଶୀଳନ କଲେ ଜଣାଯାଏ ଯେ ସପ୍ତମ ଶତାବ୍ଦୀ ବେଳକୁ ଉତ୍କଳର ଶିଳ୍ପୀମାନେ ମନ୍ଦିର ନିର୍ମାଣ ଶୈଳୀରେ ଚରମ ପାରଦର୍ଶିତା ଲାଭ କରି ସାରିଥିଲେ। କାରଣ ଅଷ୍ଟମ ଶତାବ୍ଦୀରେ ନିର୍ମିତ୍ତ ବୈତାଳ ମନ୍ଦିର, ଦଶମ ଶତାବ୍ଦୀରେ ନିର୍ମିତ୍ତ ମୁକ୍ତେଶ୍ଵର ମନ୍ଦିର ଓ ଏକାଦଶ ଶତାବ୍ଦୀରେ ନିର୍ମିତ୍ତ ଲିଙ୍ଗରାଜ ମନ୍ଦିର ଶିଳ୍ପ କଳାର ଚରମ ନିଦର୍ଶନ ଥିଲା। ପରେ ପରେ ଦ୍ୱାଦଶ ଶତାବ୍ଦୀରେ ନିର୍ମିତ୍ତ ଶ୍ରୀମନ୍ଦିର ଉତ୍କଳୀୟ ଶିଳ୍ପୀମାନଙ୍କ ଉତ୍କର୍ଷ ପ୍ରତିପାଦନ କରିଥିଲା। ଏହାର ଅନେକ ଉଦାହରଣ ଆଜିବି ମନ୍ଦିର ଗାତ୍ରରେ ପ୍ରତିଫଳିତ ହୋଇଛି। ବିଶେଷ କରି ମୂଖ୍ୟ ମନ୍ଦିର ଗାତ୍ରରେ ଖୋଦିତ ଅନେକ ସୁକ୍ଷ୍ମ କାରୁକାର୍ଯ୍ୟ ଏହାର ପ୍ରମାଣ ଦିଏ। ପା ଭାଗର ତଳ ଅଂଶରେ ଖୋଦିତ ହସ୍ତୀ, ଅଶ୍ୱ ଓ ଯୁଦ୍ଧ ଯାତ୍ରା ର ଦୃଶ୍ୟ ଏତେ ଜୀବନ୍ତ ଯେ ଉତ୍କଳୀୟ ଶିଳ୍ପୀର କଳା ନୈପୁଣ ଏଥିରୁ ପ୍ରମାଣିତ ହୋଇଥାଏ। ସେହି ପା ଭାଗର ପଟା ଅଂଶରେ ଖୋଦିତ ଶ୍ରୀକୃଷ୍ଣ ଲୀଳା ମଧ୍ୟ ଭକ୍ତଙ୍କ ମନ ମୋହିଥାଏ। ସେହିପରି ମୂଖ୍ୟ ମନ୍ଦିରର ପାଦୁକ କୁଣ୍ଡର ଠିକ ପାର୍ଶ୍ଵରେ ଖୋଦିତ ଅଦ୍ୱୈତ ଗୁରୁ କୂଳ
ର ମାଣବକ ପ୍ରବେଶ ଓ ଦ୍ଵିତୀୟ\ ଶିଖରିକାରେ ଖୋଦିତ ଆଚାର୍ଯ୍ୟ ଅଭିବାଦନ, ଦୀକ୍ଷା ପ୍ରଦାନ, ସ୍ୱାଧ୍ୟାୟ ସମlବର୍ତ୍ତନ ବ୍ୟାଖ୍ୟାନ ଓ ପ୍ରଜ୍ଞାଚକ୍ର ଦୃଶ୍ୟ ଯେତିକି ଶିକ୍ଷଣୀୟ ସେତିକି ଭାବ ଗମ୍ଭୀର। ଏସବୁ ଶିଳ୍ପ ଶାସ୍ତ୍ରରେ ଚରମ ପାରଦର୍ଶିତା ବିନା ସମ୍ଭବ ନୁହେଁ।

୧୯୯୬ ମସିହା ଜୁନ ମାସ ଶୁଦ୍ଧl ଶ୍ରୀମନ୍ଦିରର ସମସ୍ତ ଚୂନଛଡା କାର୍ଯ୍ୟ ସମାପ୍ତ ହେବାପରେ ମନ୍ଦିର ଗାତ୍ରରେ ପୁରି ରହିଥିବା ସମସ୍ତ ଚାରୁକଳା ଲୋକଲୋଚନକୁ ଆସିଛି। ଆଗରୁ ଜାଣିଲେ ହସ୍ତୀ ଓ ଅଶ୍ୱମାନଙ୍କ ସହ ଯୁଦ୍ଧ ଯାତ୍ରାର ଜୀବନ୍ତ ଖୋଦେଇ ବିଷୟରେ ଏହାଛଡା ଗୁରୁ ଶିଷ୍ୟ ପରମ୍ପରାର ଚିତ୍ର, ରାଜ ଦରବାର ର ଚିତ୍ର, ଦଶାବତାର ମୂର୍ତ୍ତି, ଅଷ୍ଟଦିଗପାଳ ମୂର୍ତ୍ତି ଇତ୍ୟାଦି ଅତ୍ୟନ୍ତ ମନମୋହକ ଭାବରେ ପଥର ଦେହରେ ଆଙ୍କିତ ହୋଇଛି. ଭାରତର ଅନ୍ୟ ଶିଳ୍ପ ଶୈଳୀଠାରୁ ଏହା କୌଣସି ଗୁଣରେ କମ ନୁହେଁ ଅଧିକନ୍ତୁ ଏହାର ଉତ୍କର୍ଷତା ଯେକୌଣସି ଶିଳ୍ପ କଳାଠାରୁ ଏହାକୁ ନିଆରା ଭାବେ ପରିଗଣିତ କରିଥାଏ ।

ଆଗାମୀ ଅଧ୍ୟାୟରେ ଜାଣିବା ଆହୁରି ଅନେକ ପ୍ରାଞ୍ଜଳ ଉଦାହରଣ ଏବେ ସମୟ ଆରାଧନା ଓ ନୀତିବାଣୀର।

ସର୍ବ ଶରୀର ମ6ଧ୍ୟ ସାର
ଦୁର୍ଲ୍ଲଭ ନର କଳେବର।
ମୋର ଭକତି ବିନୁ ନର
ନୁହଁଇ ଭବ ଜଳୁ ପାର।

ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )

Leave A Reply

Your email address will not be published.