Latest Odisha News

BREAKING NEWS

ଅରୁଣ କୁମାର ନାୟକଙ୍କ ‘ଜଣେ ସୁଖୀଲୋକର ଡାଏରୀ’ ଲୋକାର୍ପିତ

ଭୁବନେଶ୍ୱର : ପ୍ରକାଶନ ସଂସ୍ଥା ‘ଟାଇମ୍‍ପାସ୍‍’ ପ୍ରକାଶନ ପକ୍ଷରୁ ବିଶିଷ୍ଟ ଶିକ୍ଷାବିତ ଅରୁଣ କୁମାର ନାୟକଙ୍କ ଆତ୍ମଜୀବନୀ ‘ଜଣେ ସୁଖୀଲୋକର ଡାଏରୀ’ ଲୋକାର୍ପିତ ହୋଇଯାଇଛି । ସ୍ଥାନୀୟ ରେଡକ୍ରସ୍‍ ଭବନରେ ଲେଖକ ତପନ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଲେଖକ ଅଧ୍ୟାପକ ବିଶ୍ୱରଞ୍ଜନ ଏବଂ ବିଶିଷ୍ଟ ଲେଖକ ଗୌରହରି ଦାସ ଅତିଥି ଭାବରେ ଯୋଗଦେଇଥିଲେ ।

ତ୍ମଜୀବନୀ ଓଡ଼ିଆ ସାହିତ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ। ନିଜକୁ ଲେଖିବା ସହଜ ନୁହେଁ, କିନ୍ତୁ ଲେଖକ ଅରୁଣ ନାୟକ ଅତ୍ୟନ୍ତ ସହଜ ଓ ସରଳ ଢଙ୍ଗରେ ନିଜକୁ ଲେଖି ପାରିଛନ୍ତି। ଆତ୍ମଜୀବନୀ ଆମକୁ ଜୀବନର ସଂଘର୍ଷକୁ ସାମ୍ନାକରିବାର ବିକଳ୍ପ ରାସ୍ତା ସୂଚାଇଥାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ପ୍ରକାଶକ ସରୋଜ ବଳ ସ୍ୱାଗତଭାଷଣରେ ଆରମ୍ଭ ହୋଇଥିବା ଏହି ସଭାରେ ଲେଖକ ଶ୍ରୀ ନାୟକ ତାଙ୍କ ସଂଘର୍ଷମୟ ଜୀବନ ଓ ପ୍ରାପ୍ତିର କଥା ବର୍ଣ୍ଣନା କରିଥିଲେ । ଉତ୍ସବ ଆରମ୍ଭରେ ଅର୍ପିତା ପତି ସ୍ୱାଗତ ସଂଗୀତ ଗାନ କରିଥିବାବେଳେ ପରିଶେଷରେ ଲେଖକ ଶତ୍ରୁଜିତ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଅରୁଣ କୁମାର ଦାସ ଏବଂ ଆଶିଷ କୁମାର ମିଶ୍ର ପରିଚାଳନାରେ ସହଯୋଗ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପଞ୍ଚାନନ କାନୁନଗୋ, ଅଜୟ ସ୍ୱାଇଁ, ସରୋଜିନୀ ସାହୁ, ରମେଶ ପଟ୍ଟନାୟକ, ଗୋଲାପ ମଞ୍ଜରୀ କର, ସୁଷମା ମିଶ୍ର ପ୍ରମୁଖଙ୍କ ସହ ବହୁ ବିଶିଷ୍ଟ ସାହିତ୍ୟାନୁରାଗୀ ଯୋଗ ଦେଇ ଲେଖକଙ୍କୁ ଉତ୍ସାହିତ କରିଥିଲେ । ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ଅରୁଣ କୁମାର ଦାସ ଏବଂ ଆଶିଷ କୁମାର ମିଶ୍ର ।

Leave A Reply

Your email address will not be published.