ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆତ୍ମ ନିବେଦନ କରି ଗଜ ନିଜ ହୃଦୟ ପଦ୍ମକୁ ତାଙ୍କ ପାଦପଦ୍ମରେ ସମର୍ପଣ କରିବା ପରେ ହିଁ ଈଶ୍ୱର କୃପା ପ୍ରାପ୍ତ ହୋଇଥିଲେ। ତେଣୁ ଆତ୍ମ ନିବେଦନରେ ଆମେ କ’ଣ ସମର୍ପଣ କରିବା? ଶ୍ରୀ ଜୀବଗୋସ୍ୱାମୀ ନିଜ ରଚିତ “ଶ୍ରୀଭକ୍ତି ସନ୍ଧର୍ଭ “ରେ କହିଛନ୍ତି “ଦେହlଦି ଶୁଦ୍ଧଆତ୍ମା ପର୍ଯ୍ୟନ୍ତସ୍ୟ ସର୍ବୋତୋଭାବେନ ତସ୍ମିନ୍ନେବାପର୍ଣମ। ” ଅର୍ଥାତ ନିଜକୁ ସର୍ବୋତ୍ତ ଭାବେ ସ୍ରମର୍ପଣ କରିବା ହେଉଛି ଆତ୍ମ ନିବେଦନ, ଟିକିଏ ଭିନ୍ନ ଭାବରେ ବୁଝିଲେ ନିଜକୁ ସ୍ୱରୂପତଃ (ଦେହ ଭାବ ), ଗୁଣତଃ (ଆତ୍ମ ଭାବ )ଏବଂ ସର୍ବୋତ୍ତଭାବେ ସମର୍ପଣ କରିବା ହେଉଛି ଆତ୍ମନିବେଦନ। ତେଣୁ ଶ୍ରୀ ଯମୁନାଚlର୍ଯ୍ୟ ଏହାକୁ ବର୍ଣ୍ଣନା କଲେ
“ବପୁରାଦିଷୁ ଯୋ ଅପି କୋଅପି ବା ଗୁଣତୋଅସlନି ଯଥା ତଥା ବିଦ୍ଧ, ତଦୟଂ ତଵ ପାଦପଦ୍ମୟୋରହମଦୈବ ମୟା ସମର୍ପିତ “ନିଜ ପାଖରେ ବପୁ (ଦେହ )ଯାହା କିଛି ବି ଅଛି ଓ ଗୁଣ (ଆତ୍ମା )ଯାହା ତାହା ଅଛି ସବୁକିଛି ଅର୍ପଣ କରିବା ହିଁ ଆତ୍ମ ନିବେଦନ।
ଆମ ପ୍ରସଙ୍ଗରେ ଗଜ କଣ କଲା କି? ସେହି କବି ଜଗନ୍ନାଥ ଦାସଙ୍କ ଭାଷାରେ
“ଏମନ୍ତମନେ ବିଚାରିଲା
ଜଗନ୍ନାଥ ଙ୍କୁ ଚିନ୍ତା କଲା
ରଖ ହେ ଦେବକୀ ନନ୍ଦନ
ରଖ ହେ ଶ୍ରୀ ମଧୁସୁଦନ
ରଖ ହେ ଦେବ ଦଇତାରି
କୁମ୍ଭୀର ପାଟିରୁ ନିସ୍ତାରି
ତୁମ୍ଭେ ତ ନରଖିବ ଯେବେ
ନିଶ୍ଚୟ ଗଜ ମଲା ତେବେ ।”
ଏଭଳି ଆକୁଳ ନିବେଦନକୁ କହନ୍ତି ଆତ୍ମ ନିବେଦନ, ଆସନ୍ତୁ କରିବା ଆରାଧନା “ମୁକଂ କରୋତି ବାଚାଳଂ, ପଙ୍ଗୁ ଲଙ୍ଘୟତେ ଗିରିମ୍, ଯତ କୃପା ତମହଂ ବନ୍ଦେ ପରମାନନ୍ଦମାଧବମ୍ ।”
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.