Latest Odisha News

BREAKING NEWS

ଉପାସ ରହିଲେ ହେବ ଏହିସବୁ ଭୟଙ୍କର ସମସ୍ୟା

ଭୁବନେଶ୍ବର: ଆଜି କାଲିର ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ କର୍ମ ବ୍ୟସ୍ତତା ପାଇଁ ବ୍ୟକ୍ତି ନିଜ ପ୍ରତି ଧ୍ୟାନ ଦେଇପାରୁ ନାହିଁ। ଫଳରେ ଅନେକ ସମସ୍ୟାର ସମ୍ମୁଖୀନ ହେବା ସହ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଇ ଗତି କରୁଛି । ଏପରି କି ଅନେକ ବ୍ୟକ୍ତି ନିଜର କାମବ୍ୟସ୍ତ ପାଇଁ ସଠିକ ସମୟରେ ଖାଦ୍ୟ ଖାଇପାରୁ ନାହାନ୍ତି । ଅନ୍ୟପକ୍ଷେ ଶରୀରକୁ ଫିଟ ରଖିବା ପାଇଁ ଆଜିକାଲିର ଯିବପିଢି ମଧ୍ୟ ପୁରା ପେଟ ଖାଦ୍ୟ ଖାଉ ନାହାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଅଧା ପେଟ ଖାଦ୍ୟ ଖାଇବା କିମ୍ବା ଉପାସ ରହିବା ଆମ ଶରୀର ପାଇଁ କେତେ କ୍ଷତିକାରକ ହୋଇଥାଏ । ତେବେ ଏହାକୁ ନେଇ ଆଇଏଚବିଏଏସ ହସ୍ପିଟାଲର ପୂର୍ବ ଡିରେକ୍ଟର ଡାକ୍ତର ଇମରାନ ଅହମତ କହିଛନ୍ତି ଯେ, ଗୋଟିଏ ଦିନ ଖାଦ୍ୟ ନଖାଇବା ଦ୍ୱାରା କିମ୍ବା ଅଧାପେଟ ଖାଦ୍ୟ ଖାଇ ରହିବା ଦ୍ୱାରା ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ ।

ଫଳରେ ଆମେ ବିଭିନ୍ନ ପ୍ରକାର ରୋଗର ଶିକାର ହୋଇଥାନ୍ତି ।ତେବେ ଆସନ୍ତୁ ଜାଣିବା ଉପାସ ରହିବା ଦ୍ୱାରା କେଉଁସବୁ ସମସ୍ୟା ଦେଖାଦେଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଉପାସ ରହିବା ଦ୍ୱାରା  ଆମ ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ ।ଯଦି ଗୋଟିଏ ଦିନ ଉପାସ ରହିବା ତେବେ ଆମ ପାଚନତନ୍ତ୍ର ଠିକ ଭାବରେ କାର୍ଯ୍ୟ କରି ନଥାଏ। ଫଳରେ ଗ୍ୟାସ, ଏସିଡିଟି, ପେଟ ଦରଜ ପରି ସମସ୍ୟା ସୃଷ୍ଟି ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୂଯାୟୀ, ଉପାସ ରହିବା ଦ୍ୱାରା ଏହା ଆମ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିଥାଏ। ଫଳରେ ଚିଡିଚିଡାପଣ ,ଥକାପଣ, ଅନ୍ୟମନସ୍କତା ପରି ସମସ୍ୟା ସୃଷ୍ଟି ହୋଇଥାଏ । ଯାହାଫଳରେ ଆମକୁ ଏକ ସୁସ୍ଥ ସମାଜିକ ଜୀବନ ବଞ୍ଚିବାକୁ ଅସୁବିଧା ହୋଇଥାଏ ।

 

Leave A Reply

Your email address will not be published.