Latest Odisha News

BREAKING NEWS

ଭାଲେଣ୍ଟାଇନ ଡେ’ ପାଳନ ପଛରେ କ’ଣ ରହିଛି ରହସ୍ୟ: ଜାଣନ୍ତୁ

ଭୁବନେଶ୍ୱର: ଫେବୃଆରୀ ମାସର ଦ୍ବିତୀୟ ସପ୍ତାହ ଯାଏଁ ପ୍ରେମୀମାନେ ଖୁବ ଉତ୍ସାହର ସହ ପାଳନ କରନ୍ତି ଭାଲେଣ୍ଟାଇନ ସପ୍ତାହ ବା ପ୍ରେମ ସପ୍ତାହ ।

ଏହି ଅବସରରେ ପ୍ରେମୀ ଯୁଗଳ ପରସ୍ପରଙ୍କୁ ପ୍ରେମ ନିବେଦନ କରନ୍ତି। ଏହି ପ୍ରେମ ସପ୍ତାହ ରୋଜ୍‌ ଡେରୁ ଆରମ୍ଭ ହୋଇ ପ୍ରପୋଜ୍‌ ଡେ, ଚକୋଲେଟ ଡେ, ପ୍ରମିଜ ଡେ, ଟେଡି ଡେ, ହଗ ଡେ ଓ କିସ୍‌ ଡେ ପରେ ୧୪ ତାରିଖ ହୁଏ ଭାଲେଣ୍ଟାଇନ ଡେ ରେ ଶେଷ ହୋଇଥାଏ ।

ତେବେ ଏହି ଭାଲେନଣ୍ଟାଇନ ଡେ’ କେବେଠୁଁ ଓ କିପରି ପାଳନ କରାଗଲା ଆସନ୍ତୁ ଜାଣିବା ।

ଭାଲେନଣ୍ଟାଇନ ନାମକ ଜଣେ ବ୍ୟକ୍ତିଙ୍କ ପାଇଁ ଏହି ଦିନ ଜଣେ ଦୁଷ୍ଟ ରାଜା ଓ କୃପାଳୁ ଭାଲେନଣ୍ଟାଇନଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା। ଯୁଦ୍ଧର କାରଣ ରୋମର ରାଜା ଥିଲେ।

ରାଜାଙ୍କ ଅନୁସାରେ ପୁରୁଷଙ୍କର ବିବାହ ପରେ ସବୁ ଶକ୍ତି ଓ ବୁଦ୍ଧି ନଷ୍ଟ ହୋଇଯାଏ। ଏହି କାରଣରୁ ସେ ତାଙ୍କ ରାଜ୍ୟରେ ଘୋଷଣା କରିଥିଲେ ଯେ କୌଣସି ସୈନିକ ଓ ସେନାଅଧିକାରୀ ବିବାହ କରିବେ ନାହିଁ।

କିନ୍ତୁ ଭାଲେନଣ୍ଟାଇନ ରାଜାଙ୍କ ବିରୁଦ୍ଧରେ ଯାଇ ରାଜ୍ୟରେ ସମସ୍ତଙ୍କୁ ବିବାହ କରିବା ପାଇଁ ଉପଦେଶ ଦେଉଥିଲେ। ରାଜ୍ୟରେ ଅନେକ ସୈନିକ ଓ ଅଧିକାରୀଙ୍କର ବିବାହ ମଧ୍ୟ କରାଇଥିଲେ ଭାଲେନଣ୍ଟାଇନ।

ତେବେ ରାଜା ଭାଲେନଣ୍ଟାଇନଙ୍କ ଉପରେ ରାଗି ତାଙ୍କୁ ୨୬୯ ମସିହା, ଫେବୃଆରୀ ୧୪ ତାରିଖରେ ଫାଶି ଦଣ୍ଡ ଦେଇଥିଲେ। ଏହି କାରଣରୁ ଫେବୃଆରୀ ୧୪ ତାରିଖରେ ଭାଲେନଣ୍ଟାଇନଙ୍କ ସ୍ମରଣରେ ଭାଲେନଣ୍ଟାଇନ ଡେ ପାଳନ କରାଯାଏ ବୋଲି ଲୋକକଥା ରହିଛି ।

Leave A Reply

Your email address will not be published.