Latest Odisha News

BREAKING NEWS

କରୋନା ଭାଇରସ ପାଇଁ ଟିକା ପ୍ରସ୍ତୁତ କରୁଛନ୍ତିି ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ !

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ଏସ.ଏସ. ଭାସନଙ୍କ ନେତୃତ୍ୱରେ ଏକ ଟିମ୍ କରୋନା ଭାଇରସର ଟିକା ତିଆରି କରୁଛନ୍ତି । ଏହାର ପରୀକ୍ଷଣ ଅଷ୍ଟ୍ରେଲିଆର ପଶୁ ସ୍ୱାସ୍ଥ୍ୟ ପରୀକ୍ଷାଗାରର ଉଚ୍ଚ ସୁରକ୍ଷାବଳୟ ଭିତରେ ଚାଲିଛି ।

ଉହାନରୁ ଆସିଥିବା ଘାତକ କରୋନା ଭାଇରସ ମହାମାରୀ ଭାବେ ବିଶ୍ୱର ପାଖାପାଖି ୩୧ଟି ଦେଶରେ ପହଂଚିଗଲାଣି । ଅଷ୍ଟ୍ରେଲିଆ ସମେତ ଅନେକ ଦେଶରେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୧୧ ହୋଇଥିବାବେଳେ ୩୦ହଜାରରୁ ଅଧିକ ଲୋକ ଏହା ଦ୍ୱାରା ସଂକ୍ରମିତ ହୋଇଛନ୍ତି ।

ପ୍ରଫେସର ଏସ.ଏସ.ଭାସନ ଅକ୍ସଫୋର୍ଡର ଟ୍ରିନିଟି କଲେଜରେ ପାଠ ପଢ଼ିଛନ୍ତି । ଏହାବ୍ୟତୀତ ପ୍ରଫେସର ଜିକା ଭାଇରସ, ଚିକେନଗୁନିଆ ଓ ଡେଙ୍ଗୁ ଆଦିର ଟିକା ମଧ୍ୟ ତିଆରି କରିଛନ୍ତି ।

ପ୍ରତ୍ୟେକ ଦେଶରେ ବିଭିନ୍ନ ଟିମ୍ ଏହି ଭାଇରସର ଚିକିତ୍ସା ଖୋଜିବା ହେତୁ ନିଜ ଉପାୟରେ ଅନୁସନ୍ଧାନ ଚଳାଇଛନ୍ତି । ଅଷ୍ଟ୍ରେଲୀୟ ଗବେଷକ ନିକଟରେ ଜଣେ ବ୍ୟକ୍ତିଙ୍କ ନମୂନାରୁ ମିଳିଥିବା ଭାଇରସକୁ ଅଲଗା କରିବାରେ ସଫଳତା ହାସଲ କରିଛନ୍ତି । ବୈଜ୍ଞାନିକଙ୍କ କହିବାନୁସାରେ, ସେମାନେ ଅତିଶୀଘ୍ର ଘାତକ କରୋନା ସହିତ ଲଢ଼ିବା ପାଇଁ ଟିକା ବିକସିତ କରିବେ ।

Leave A Reply

Your email address will not be published.