Latest Odisha News

BREAKING NEWS

ରାଜଧାନୀରେ କିପରି ହେଉଛି ଭାଲେଣ୍ଟାଇନ ସପ୍ତାହ ପାଳନ, ଜାଣନ୍ତୁ

ଭୁବନେଶ୍ବର: ଚାଲିଛି ପ୍ରେମ ସପ୍ତାହ । ଫେବ୍ରୁଆରି ମାସ ୨ୟ ସପ୍ତାହକୁ ପ୍ରେମ ଦିବସ ରୂପେ ପାଳନ କରାଯାଏ । ଏହି ଅବସରରେ ପ୍ରେମୀଯୁଗଳ ମାନେ ବିଭିନ୍ନ ଡେ’ ସେଲିବ୍ରେଟ୍ କରି ପରସ୍ପର ସହ ପ୍ରେମର ଆଦାନ ପ୍ରଦାନ କରନ୍ତି।

ପ୍ରେମୀ ଯୁଗଳଙ୍କ ଡିମାଣ୍ଡକୁ ଦୃଷ୍ଟିରେ ରଖି ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର ।

ମଲ୍ ଠାରୁ ରେଷ୍ଟୁରାଣ୍ଟ ଓ କାଫେ ଆଦି ସ୍ଥାନରେ କପଲ ମାନଙ୍କୁ ସ୍ୱାଗତ କରିବା ପାଇଁ ସମସ୍ତେ ପ୍ରସ୍ତୁତ ଅଛନ୍ତି ।

ବିଭିନ୍ନ ତାରକା ହୋଟେଲ ଗୁଡିକରେ ଭଲେଣ୍ଟାଇନ ଡେ’ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା ।

ଭାଲେଣ୍ଟାଇନ ଡେ’ ପାଇଁ ହୋଟେଲ ଗୁଡିକ ନାନା ରକମର ଲାଇଟ ସହ ତାଜା ତାଜା ଫୁଲରେ ସଜା ହୋଇଛି । ପ୍ରେମୀ ଯୁଗଳଙ୍କୁ ଆକୃଷ୍ଟ କରିବା ପାଇଁ ହୋଟେଲ ମାନଙ୍କରେ ଭାଲେଣ୍ଟାଇନ ଡେ’ ଥିମ ରଖା ଯାଇଛି । ଯେଉଁ ଦିନ ଯେଉଁ ଡେ ପାଳନ ହେଉଛି ସେହି ଦିନ ହୋଟେଲ ଗୁଡିକ ସେହିପରି ଥିମ ରଖୁଛନ୍ତି ।

ଭିନ୍ନ ଭିନ୍ନ ରକମର ଖାଇବା ପିଇବା ସହ ଭାଲେଣ୍ଟାଇନ ପାଇଁ ସ୍ୱତନ୍ତ୍ର ଭାବେ ପାର୍ଟିର ଆରେଞ୍ଜମେଣ୍ଟ ମଧ୍ୟ କରାଯାଇଥିବା ଜଣାପଡିଛି ।

ଖାଲି ତାରକା ହୋଟେଲ ନୁହେଁ ରାଜଧାନୀର ଅନେକ ସ୍ଥାନରେ ପ୍ରେମୀଯୁଗଳଙ୍କ ଭିଡ ଓ ତାହା ସହ ସୁସଜ୍ଜିତ ହୋଇପଡିଛି ବିଭିନ୍ନ ସ୍ଥାନ ।

ସେହିପରି ଭାଲେଣ୍ଟାଇନ ଡେ କୁ ସୁରକ୍ଷିତ ଭାବେ ପାଳନ କରିବା ପାଇଁ କମିସନରେଟ ପୁଲିସ ତତ୍ପର ହୋଇପଡିଛି ।

Leave A Reply

Your email address will not be published.