Latest Odisha News

FACT CHECK: ବିଶ୍ୱର ବୃହତମ ହକି ଷ୍ଟାଡିୟମ କେଉଁଠି?

ଓଡ଼ିଶା ସମ୍ବାଦ ବ୍ୟୁରୋ: ରାଜ୍ୟରେ ହକି ବିଶ୍ୱ କପ୍ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଆଜି ରାଉରକେଲାରେ ଉଦଘାଟିତ ହୋଇଛି ବହୁ ପ୍ରତୀକ୍ଷିତ ବିର୍ସା ମୁଣ୍ଡା ହକି ଷ୍ଟାଡିଅମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଷ୍ଟାଡିୟମର ଉଦଘାଟନ କରିଛନ୍ତି। ଆଉ ଏହି ସମୟରେ ବିଶ୍ୱର ବୃହତମ ହକି ଷ୍ଡାଡିୟମ କେଉଁଠି? ଏହାକୁ ନେଇ ତର୍କ ଆରମ୍ଭ ହୋଇଛି।

ସୋଶିଆଲ ମିଡିଆରେ ଏହି ତର୍କ ସେତେବଳଠୁ ଆରମ୍ଭ ହୋଇଛି ଯେବେଠୁ ଖବରକାଗଜରେ ଆସିଥିବା ବିଜ୍ଞାପନରେ ଲେଖା ହୋଇଛି ‘ବିଶ୍ୱର ସର୍ବବୃହତ ହକି ଷ୍ଡାଡିୟମ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ, ରାଉରକେଲା। ସେହିପରି ଶାସକ ଦଳର ନେତା ଓ କର୍ମୀ ନିଜ ନିଜ ସୋଶିଆଲ ମିଡିଆ ହ୍ୟାଣ୍ଡେଲରେ ଲେଖୁଛନ୍ତି ଓଡ଼ିଶାରେ ତିଆରି ହୋଇଛି ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ।

ତେବେ olympics.comର ତଥ୍ୟ ଅନୁଯାୟୀ ବିଶ୍ୱର ସବୁଠୁ ବଡ ହକି ଷ୍ଡାଡିୟମ ପାକିସ୍ତାନର ଲାହୋରରେ ରହିଛି। ଏହାପରେ ଚଣ୍ଡିଗଡରେ ଥିବା ଚଣ୍ଡିଗଡ ହକି ଷ୍ଡାଡିୟମ ରହିଛି। ଲାହୋରରେ 45 ହଜାର ଦର୍ଶକ ଏକାଠି ବସି ମ୍ୟାଚ ଦେଖିପାରିବାର ସୁବିଧା ଥିବା ବେଳେ ଭାରତରେ ଥିବା  ଚଣ୍ଡିଗଡରେ ଏକା ସାଙ୍ଗରେ 30 ହଜାର ଦର୍ଶକ ଏକାଠି ବସି ଦେଖିପାରିବେ। ସେହିପରି ତୃତୀୟରେ ରହିଛି ୟୁଏସଏର ଲସ ଏଞ୍ଜୋଲସରେ ଥିବା ଓ୍ୱେନଗାର୍ଟ ଷ୍ଡାଡିୟମ। ଯେଉଁଠି 22, 355 ଦର୍ଶକ ବସିପାରିବାର କ୍ଷମତା ରହିିଛି। ଏହାପରେ ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ରହିଛି। ଯେଉଁଠି 20 ହଜାର ଲୋକ ଏକାଠି ବସି ମ୍ୟାଚ ଦେଖିପାରିବାର ସୁବିଧା ରହିଛି।

olympics.com ହେଉଛି ଅଲିମ୍ପିକ୍ସିରେ ଖେଳାଯାଉଥିବା ସମସ୍ତ ଖେଳକୁ ନେଇ ଦେଉଥିବା ସାଇଟ୍। ଏହି ସାଇଟରେ ବିର୍ସା ମୁଣ୍ଡା ହକି ଷ୍ଡାଡିୟମ ବାବଦରେ ମଧ୍ୟ ଉଲ୍ଲେଖ ରହିଛି। ତେଣୁ ଉପରୋକ୍ତ ତଥ୍ୟ ଅନୁଯାୟୀ ବିଜ୍ଞାପନ ଜରିଆରେ ଏବଂ ବିଜେଡି ମୁଖପାତ୍ର, ନେତା ଓ କର୍ମୀ ଯେଉଁ ବିର୍ସା ମୁଣ୍ଡା ହକି ଷ୍ଡାଡିୟମକୁ ବିଶ୍ୱର ସବୁଠୁ ବଡ଼ ହକି ଷ୍ଟାଡିୟମ କହିବା ଭୁଲ୍।

 

 

 

Comments are closed.