Latest Odisha News

BREAKING NEWS

ଟି୨୦ରେ ଅର୍ଶଦୀପଙ୍କ ଅଲୋଡା ରେକର୍ଡ

ନୂଆଦିଲ୍ଲୀ: ଭାରତର ବାମହାତୀ ପେସ ବୋଲର ଅର୍ଶଦୀପ ସିଂ ଏକ ଅଲୋଡା ରେକର୍ଡର ଅଧିକାରୀ ହୋଇଛନ୍ତି । ପୁଣେରେ ଖେଳାଯାଉଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି୨୦ରେ ସେ କ୍ରମାଗତ ୩ଟି ନୋ ବଲ ପକାଇଥିଲେ । ଏଥିସହ ସେ ଟି୨୦ରେ ସର୍ବାଧିକ ୧୨ଟି ନୋ ବଲ ପକାଇ ପ୍ରଥମ ସ୍ଥାନରେ ରହିଛି । ତାଙ୍କ ପୂର୍ବରୁ ପାକିସ୍ତାନର ହାସନ ଅଲୀ ଓ ୱେଷ୍ଟଇଣ୍ଡିଜର କୀମୋ ପଲ, ଓସାନେ ଥୋମାସ ୧୧ଟି ଲେଖାଁଏ ନୋ ବଲ ପକାଇଥିଲେ । ଭାରତର ପ୍ରଥମ ବୋଲର ଭାବେ ଅର୍ଶଦୀପ କ୍ରମାଗତ ୩ଟି ନୋ ବଲ ପକାଇଛନ୍ତି । ସେ ଗୋଟିଏ ମ୍ୟାଚରେ ଭାରତ ପକ୍ଷରୁ ସର୍ବାଧିକ ୫ଟି ନୋ ବଲ ପକାଇଛନ୍ତି ।

ଅର୍ଶଦୀପଙ୍କ ବୋଲିଂରୁ ତାଙ୍କର ମ୍ୟାଚ ପ୍ରାକ୍ଟିଶ ଅଭାବ ସ୍ପଷ୍ଟ ପ୍ରମାଣିତ ହେଉଛି ବୋଲି ଦୀନେଶ କାର୍ତିକ କହିଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ବୋଲିଂକୁ କଡା ସମାଲୋଚନା କରାଯାଇଛି । ସେ ୨ ଓଭର ବୋଲିଂ କରି ୩୭ ରନ ଦେଇଥିଲେ । ଅର୍ଶଦୀପଙ୍କ ପ୍ରଦର୍ଶନରେ ସ୍ଥିରତା ରହୁ ନ ଥିବାରୁ କ୍ରିକେଟ ସମୀକ୍ଷକମାନେ ଚିନ୍ତା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.