Latest Odisha News

BREAKING NEWS

ଫ୍ୟାକ୍ଟ୍ରି ଓ ବଏଲର୍ସ ବିଭାଗ ଉପନିର୍ଦ୍ଦେଶକ ରମେଶ ଚନ୍ଦ୍ର ବେହେରା ଗିରଫ

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିବା । ବନ୍ଧା ହେଲେ ଫ୍ୟାକ୍ଟ୍ରି ଓ ବଏଲର୍ସ ବିଭାଗ ଉପନିର୍ଦ୍ଦେଶକ ରମେଶ ଚନ୍ଦ୍ର ବେହେରା । ତାଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ । କୋଟିପତି ସରକାରୀ ବାବୁ ଠୁଳ କରିଛନ୍ତି ଦେଢ଼ କୋଟିରୁ ଅଧିକ ଟଙ୍କା ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ।

ଠାବ ହୋଇଥିବା ସମ୍ପତ୍ତି ମଧ୍ୟରେ ଭୁବନେଶ୍ୱରରେ ୪୧ ଲକ୍ଷ ଟଙ୍କାର ଫ୍ଲାଟ୍, ଯାଜପୁରରେ ୨୯ ଲକ୍ଷ ଟଙ୍କାର କୋଠା ଘର, ପୁଡୁଚେରୀରେ ମଧ୍ୟ ଏକ ଘର ରହିଛି । ସେହିପରି ୬ ଶହ ଗ୍ରାମର ସୁନା ଓ ରୁପା ରହିଛି ।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୁଇ ଦିନ ହେବ ରମେଶ ଚନ୍ଦ୍ର ବେହେରାଙ୍କ ଘର ଓ ଅଫିସ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ବିଭାଗ । ଆଜି ବି ସକାଳୁ ଜାରି ରହିଥିଲା ଚଢ଼ାଉ ।

Leave A Reply

Your email address will not be published.