Latest Odisha News

BREAKING NEWS

ଏସସିଇଆରଟିର ପାଠ୍ୟ ପୁସ୍ତକରେ ତ୍ରୁଟି

ଭୁବନେଶ୍ୱର: ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସସିଇଆରଟି) ଦ୍ୱାରା ପ୍ରକାଶିତ ୩ୟ ଏବଂ ୯ମ ଶ୍ରେଣୀ ବହିରେ କିଛି ତଥ୍ୟଗତ ତ୍ରୁଟି ଦେଖିବାକୁ ମିଳିଛି ।

ତୃତୀୟ ଶ୍ରେଣୀର ସାହିତ୍ୟ ବହିର ୩୨ ନଂ ପୃଷ୍ଠାରେ ଥିବା ‘ତୁଳସୀ ଦୁଇ ପତ୍ରରୁ ବାସେ’ ଅଧ୍ୟାୟରେ ପ୍ରଖ୍ୟାତ୍ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ବାପାଙ୍କ ନାମ ଶ୍ୟାମବନ୍ଧୁ ସିଂ ସାମନ୍ତଙ୍କ ବଦଳରେ ଶ୍ୟାମ ସୁନ୍ଦର ସିଂ ଲେଖାଯାଇଛି ।

ସେହିପରି ନବମ ଶ୍ରେଣୀର ସାହିତ୍ୟ ବହିର ୯୭ ନଂ ପୃଷ୍ଠାରେ ପ୍ରଖ୍ୟାତ୍ କବି ଭୀମଭୋଇଙ୍କୁ ସନ୍ଥ କବି ବଦଳରେ ଭକ୍ତ କବି ବୋଲି ଉଲ୍ଲେଖ କରାଯାଇଛି । ବାସ୍ତବରେ ଭକ୍ତ କବି ଭାବେ ମଧୁସୂଦନ ରାଓଙ୍କୁ ଜଣାଯାଏ ।

ଏହିଭଳି ତଥ୍ୟଗତ ତ୍ରୁଟି ଉପରେ ଚିନ୍ତା ପ୍ରକଟ କରି ଅଭିଭାବକ, ଶିକ୍ଷାବିତ୍ ମାନେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ବହି ଗୁଡିକରେ ଥିବା ଏଭଳି ଭୁଲ୍ ତଥ୍ୟକୁ ଏସସିଇଆରଟି ପୁଣିଥରେ ଯାଞ୍ଚ କରିବା ସହ ତ୍ରୁଟି ଗୁଡିକର ସଂଶୋଧନ କରିବା ଉଚିତ୍ ।

Leave A Reply

Your email address will not be published.