Latest Odisha News

BREAKING NEWS

ଉତ୍କଳ ବିଶ୍ୱବିଦ୍ୟାଳୟରେ ତାତିଲେ ଛାତ୍ରଛାତ୍ରୀ, କୁଳପତିଙ୍କ କାର୍ଯ୍ୟାଳୟରେ ତାଲା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଥିବା ବେଳେ ସୋମବାର ଦିନ ଛାତ୍ରଛାତ୍ରୀ ମାନେ ଭିସି ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ଅଫିସରେ ତାଲା ପକାଇ ଦେଇଛନ୍ତି । ଫଳରେ କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି ।

ଗଣମାଧ୍ୟମକୁ ସୂଚନା ଦେଇ ଛାତ୍ରଛାତ୍ରୀମାନେ କହିଛନ୍ତି ଯେ, କଲେଜ ଫି ବୃଦ୍ଧି ସତ୍ୱେ ସେମାନଙ୍କୁ କୌଣସି ପ୍ରକାରର ଇନଫ୍ରାଷ୍ଟ୍ରକଚରର ସୁବିଧା ପ୍ରଦାନ କରାଯାଉନାହିଁ ।

ପ୍ରାପ୍ତ ସୂଚନାନୁଯାୟୀ ଛାତ୍ରୀନିବାସରେ ପାଣିର ଯୋଗାଣ ହେଉନାହିଁ । ଏପରିକି କୁଳପତି ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଏଯାବତ୍ ହଷ୍ଟେଲ୍ ସମ୍ପର୍କରେ ବୁଝିବା ଲାଗି ଆସିନାହାଁନ୍ତି । ଏପରିକି ହଷ୍ଟେଲର ଛାତରୁ ଯେକୌଣସି ସମୟରେ ପ୍ଲାଷ୍ଟର ମଧ୍ୟ ଖସିପାରେ । ଏହାବ୍ୟତିତ ଆମକୁ ପ୍ରଦାନ କରାଯାଉଥିବା ଖାଦ୍ୟ ମଧ୍ୟ ଉନ୍ନତମାନର ନୁହେଁ, ଯାହାଫଳରେ ବେଳେ ଛାତ୍ରଛାତ୍ରୀଙ୍କୁ ଡାଇରିଆ ମଧ୍ୟ ହେଉଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି ।

ଆହୁରି ମଧ୍ୟ ଅନେକ ବିଭାଗରେ ପ୍ରଫେସର ମଧ୍ୟ ନାହାଁନ୍ତି, ଯାହାଫଳରେ ସେମାନଙ୍କୁ ପାଠପଢାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏପରିକି ନିର୍ଦ୍ଧାରିତ ସମୟରେ କର୍ତ୍ତୃପକ୍ଷ ପରୀକ୍ଷା ମଧ୍ୟ କରୁନାହାଁନ୍ତି ।

ତେବେ କୌଣସି ପ୍ରକାରର ଅପ୍ରିତିକର ପରିସ୍ଥିତିକୁ ଏଡାଇବା ଲାଗି ବିଶ୍ୱବିଦ୍ୟାଳୟ ପରିସରରେ ଏକ ପ୍ଲାଟୁନ୍ ପୋଲିସ ବଳ ମୁତୟନ କରାଯାଇଛି ।

Leave A Reply

Your email address will not be published.