Latest Odisha News

BREAKING NEWS

ଆଇଟିଇଆରରେ ୩ ଦିନିଆ ଫ୍ୟାକଲ୍ଟି ଡେଭଲପମେଣ୍ଟ୍ ପ୍ରୋଗ୍ରାମ ଆରମ୍ଭ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ରେ ତିନି ଦିନିଆ ଫ୍ୟାକଲ୍ଟି ଡେଭଲପମେଣ୍ଟ୍ ପ୍ରୋଗ୍ରାମ ଆରମ୍ଭ ହୋଇଛି ।

ଅଲ୍ ଇଣ୍ଡିଆ କାଉନ୍ସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ) ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବୈଷୟିକ ଶିକ୍ଷା ପ୍ରଦାନ କରୁଥିବା ସାରା ଦେଶର ପ୍ରାୟ ୨୫୦ରୁ ଅଧିକ ଫ୍ୟାକଲ୍ଟି ସାମିଲ୍ ହୋଇଛନ୍ତି ।

କାର୍ଯ୍ୟକ୍ରମର ଉଦଘାଟନୀ ଅବସରରେ ଯୋଗ ଦେଇ ସୋଆର ରିସର୍ଚ୍ଚ ଆଣ୍ଡ ଡେଭଲପ୍ମେଂଟ ଡିନ୍ ପ୍ରଫେସର ପି. କେ. ନନ୍ଦ ସୂଚନା ଦେଇ କହିଛନ୍ତି, “ଏଭଳି କାର୍ଯ୍ୟକ୍ରମ ଶିକ୍ଷା ବର୍ଷ ପାଇଁ ସହାୟକ ହେବ । ଏହାବ୍ୟତୀତ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କ ପାଇଁ ରୋଲ୍ ମଡେଲ୍ ହେବା ଉଚିତ୍ ଏବଂ ନୂତନ ଦିଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଇବା ଫ୍ୟାକଲ୍ଟିମାନଙ୍କର ଦାୟିତ୍ୱ ।

ଏହି ଅବସରରେ ସୋଆର ଇଣ୍ଟରନ୍ୟାସନାଲ୍ ରିଲେସନ୍ ଆଣ୍ଡ ପବ୍ଲିକ୍ ଆଫେୟାରସ୍ ଡିନ୍ ପ୍ରଫେସର ଶ୍ରୀକାନ୍ତ ପଟ୍ଟନାୟକ କହିଛନ୍ତି ଯେ, “ନୂଆ ଛାତ୍ରଛାତ୍ରୀମାନଙ୍କୁ କ୍ଲାସ୍ ରୁମ୍ ସହିତ ଅଧିକ ପରିଚିତ କରାଇବା ପୂର୍ବରୁ ଫ୍ୟାକଲ୍ଟିମାନଙ୍କର ଏ ଦିଗରେ ଅଧିକ ଯତ୍ନବାନ ରହିବା ଆବଶ୍ୟକ ରହିଛି । ତେଣୁ ଫ୍ୟାକଲ୍ଟି ଡେଭଲପମେଣ୍ଟ ପ୍ରୋଗ୍ରାମର ଯଥେଷ୍ଟ ଗୁରୁତ୍ୱ ରହିଛି” ବୋଲି ସେ କହିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ପ୍ରାୟ ୫୦ ରୁ ଅଧିକ ଇଣ୍ଡକ୍ସନ୍ ପ୍ରୋଗ୍ରାମରେ ସାମିଲ୍ ହୋଇଥିବା ବିଶେଷଜ୍ଞ ଶ୍ରୀମତି ଶାଲୁ ଅଗ୍ରୱାଲ, ଆଇଟିଇଆର୍ର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ରେଣୁ ଶର୍ମା ଓ ବିହାର, ଝାଡଖଣ୍ଡ, ଓଡ଼ିଶା ଏବଂ ପଶ୍ଚିମବଂଗର ଷ୍ଟେଟ୍ ଏକାଡେମିକ କୋର୍ଡିନେଟର ପ୍ରଫେସର ଅରବିନ୍ଦ ସିଂ ପ୍ରମୁଖ ଏହି ଫ୍ୟାକଲ୍ଟି ଡେଭଲପ୍ମେଂଟ କାର୍ଯ୍ୟକ୍ରମର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଭିଡିଓ ପ୍ରେଜେନ୍ଟେସନ୍ ମାଧ୍ୟମରେ ଉପସ୍ଥିତ ଫ୍ୟାକଲ୍ଟିମାନଙ୍କୁ ଅଧିକ ସୂଚନା ଦିଆଯାଇଥିଲା ।

Leave A Reply

Your email address will not be published.