Latest Odisha News

BREAKING NEWS

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ ରହିଛି ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୪ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶନିବାର ଦିନ ପୂର୍ବାନୁମାନ କରାଯାଇଛି ।

ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ ଅନୁଗୁଳ, ଦେବଗଡ, କେନ୍ଦ୍ରାପଡା ଓ ଜଗତସିଂହପୁର ଆଦି ଅଞ୍ଚଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି ।

ଏହିସବୁ ସ୍ଥାନଗୁଡିକରେ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.