Latest Odisha News

BREAKING NEWS

ବ୍ରାଣ୍ଡେଡ୍‌ ବିଶ୍ୱାସରେ ବିଷ: ୪୩ ଲକ୍ଷ ଟଙ୍କାର ନକଲି ପୋଷାକ ଜବତ, ମାଲିକ ଗିରଫ

ବଲାଙ୍ଗୀର: ନାମୀଦାମୀ କମ୍ପାନୀ ନାଁରେ ତିଆରି ହେଉଛି ନକଲି ପୋଷାକ। ବଲାଙ୍ଗିର ଟାଉନ୍‌ରୁ ଆଜି ଏପରି ରାକେଟ୍‌ ଠାବ ହୋଇଛି। ଯେଉଁମାନେ Armour Track, Levis ଓ Calvin Klein ପରି ନାମୀଦାମୀ କମ୍ପାନୀ ନାଁରେ ନକଲି ପ୍ୟାଣ୍ଟ ଓ ସାର୍ଟ ତିଆର କରି ବିକ୍ରି କରୁଥିଲେ। ଆଜି ବଲାଙ୍ଗୀର ଟାଉନ ପୋଲିସ ଏପରି ଜଣେ ଦୋକାନ ମାଲିକକୁ ଗିରଫ କରି ପ୍ରାୟ ୪୩ ଲକ୍ଷ ଟଙ୍କା ମୂଲ୍ୟର ନକଲି ପୋଷାକ ଜବତ କରିଛି। ରାଜେଶ କୁମାର ଲଖାନି ନାମକ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ।

ରାଜେଶ କେତେକ ଲୋକପ୍ରିୟ ବ୍ରାଣ୍ଡର ପ୍ରଥମ କପି ବସ୍ତ୍ର ବିକ୍ରି କରି ଆସୁଥିଲେ। ବଲାଙ୍ଗୀର ଟାଉନ ଥାନା ସୁଦପଡାରେ ରାଜେଶ କୁମାର ଲଖାନିଙ୍କର କପଡ଼ା ଗୋଦାମ ରହିଛି। ସେ ଛତିଶଗଡ଼ ରାୟପୁରରୁ ଜିନ୍ସ କପଡ଼ା ଓ ସାଧାରଣ କପଡ଼ା ମଗାଉଥିଲେ। ଆଉ ତା’ପରେ ତିଆରି କରୁଥିଲେ ଜିନ୍ସ ପ୍ୟାଣ୍ଟ, ଫର୍ମାଲ୍‌ ପ୍ୟାଣ୍ଟ, ଶାର୍ଟ ଓ ଅନ୍ୟାନ୍ୟ ସାମଗ୍ରୀ। ଭଲ ଲାଭ ଉଠାଇବାକୁ ରାଜେଶ ଜାଲିଆତି ଚଳାଇଥିଲେ। ପୋଷାକରେ ବ୍ରାଣ୍ଡେଡ୍‌ କମ୍ପାନୀର ନାମ ଓ ଲୋଗୋ ବ୍ୟବହାର କରି ତାହାକୁ ବଜାରକୁ ପଠାଇ ପ୍ରବଳ ଅର୍ଥ ରୋଜଗାର କରୁଥିଲେ।

ତେବେ ରାଜେଶ କୁମାର ଲଖାନିଙ୍କ ଏ ନକଲି କାରବାର ସମ୍ପର୍କରେ ମୁମ୍ୱାଇର ନେତ୍ରୀକା କନ୍‌ସଲଟାଣ୍ଟ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ଦୀପେଶ ଗୁପ୍ତା ଜାଣିପାରି ବଲାଙ୍ଗୀର ଏସ୍‌ପିଙ୍କ ପାଖରେ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ରାଜେଶଙ୍କ କପଡ଼ା ଗୋଦାମରେ ପୋଲିସ ଚଢ଼ଉ କରି ପ୍ରାୟ ୪୩ ଲକ୍ଷ ଟଙ୍କାର ଲୁଗା ଜବତ କରିଥିଲା। ଯେଉଁଥିରେ ୫୦୦ଟି Armour Track Pant, ୩୪୬ଟି Levis Jeans, ୪୧୦ଟି Calvin Klein Jeans ପ୍ରମୁଖ ରହିଛି। ଏହି ନକଲି କାରବାର ଅଭିଯୋଗରେ ପୋଲିସ ରାଜେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ବଲାଙ୍ଗୀର ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି।

Leave A Reply

Your email address will not be published.