Latest Odisha News

BREAKING NEWS

ଏସିଆ କପ କ୍ରିକେଟ: ଭାରତ-ପାକ ମ୍ୟାଚରେ ୯୦ ପ୍ରତିଶତ ବର୍ଷା ଆଶଙ୍କା

ନୂଆଦିଲ୍ଲୀ: ଚଳିତ ଏସିଆ କପ କ୍ରିକେଟରେ ସେପ୍ଟମ୍ବର ୨ରେ ଭାରତ-ପାକିସ୍ତାନ ହାଇ ଭୋଲଟେଜ ମୁକାବିଲା ଖେଳାଯିବାକୁ ଅଛି । ଏହି ମ୍ୟାଚକୁ ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ତେବେ ଏହି ମ୍ୟାଚରେ ବର୍ଷା ବାଧକ ସାଜିପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଯାହାକି ପ୍ରଶଂସକଙ୍କୁ ନିରାଶ କରିପାରେ । ପାଣିପାଗ ସୂତ୍ର ଅନୁସାରେ ୩୧ ଅଗଷ୍ଟରୁ ୬ ପର୍ଯ୍ୟନ୍ତ କ୍ୟାଣ୍ଡିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଭାରତ-ନେପାଳ ମ୍ୟାଚରେ ମଧ୍ୟ ବର୍ଷା ହେବ ବୋଲି ଆଶଙ୍କା କରାଯାଉଛି । ୩୧ ଅଗଷ୍ଟରେ ଖେଳାଯିବାକୁ ଥିବା ବାଂଲାଦେଶ-ଶ୍ରୀଲଙ୍କା ମ୍ୟାଚରେ ୫୦ ପ୍ରତିଶତ ବର୍ଷା ଆଶଙ୍କା ରହିଛି ।

ସେପ୍ଟମ୍ବର ୩ରେ ବାଂଲାଦେଶ-ଆଫଗାନିସ୍ତାନ ମ୍ୟାଚ ଲାହୋରରେ ଖେଳାଯିବାକୁ ଥିବାରୁ ବର୍ଷା ଆଶଙ୍କା ନାହିଁ । ଭାରତୀୟ ଟିମ ଇତିି ମଧ୍ୟରେ ଶ୍ରୀଲଙ୍କାରେ ପଂହଚିସାରିଛି । ବର୍ଷା ଯୋଗୁ ଭାରତର ୨ଟି ମ୍ୟାଚ ବାଧାପ୍ରାପ୍ତ ହେବାକୁ ଥିବାରୁ ଏହା ପଂଏଟ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । ୨୪ରୁ ୨୮ ଅଗଷ୍ଟ ପର୍ଯର୍୍ୟନ୍ତ ଟିମ ଇଣ୍ଡିଆ ବାଙ୍ଗାଲୋରରେ ଜୋରଦାର ଅଭ୍ୟାସ କରିଥିଲା ।

Leave A Reply

Your email address will not be published.