Latest Odisha News

BREAKING NEWS

କଟକରୁ ପୁଣି ନକଲି ସିମେଣ୍ଟ ଫ୍ୟାକ୍ଟ୍ରି ଠାବ, କାରଖାନା ମାଲିକ ଫେରାର୍

କଟକ: ଅସଲି ବ୍ରାଣ୍ଟ ନାଁରେ ନକଲି କାରବାର । କଟକରୁ ପୁଣି ଠାବ ହୋଇଛି ଭେଜାଲ୍ ସିମେଣ୍ଟ କାରଖାନା । ଜଗତପୁର ସ୍ଥିତ କେନ୍ଦ୍ରାପଡା-ଚାନ୍ଦବାଲି ରୋଡ୍ ଅନ୍ତର୍ଗତ ଖଇରା ବ୍ରିଜ ନିକଟରେ ଚାଲିଥିଲା ଏକ ନକଲି ସିମେଣ୍ଟ ଫ୍ୟାକ୍ଟ୍ରି । ସୂଚନା ଆଧାରରେ ଆଜି ଚଢ଼ାଉ କରିଥିଲା କମିଶନରେଟ ପୋଲିସ ।

ଚଢ଼ାଉ ବେଳେ ଜଣା ପଡ଼ିଛି, ଅଲଟ୍ରାଟେକ ସିମେଣ୍ଟ ନାଁରେ ନକଲି କରାଖାନା କରି ଅପମିଶ୍ରିତ ସିମେଣ୍ଟ ବଜାରରେ ବିକ୍ରି କରୁଥିଲେ । ଚଢାଉ ବେଳେ ଗୋଦାମରୁ ବିପୁଳ ପରିମାଣର ଭେଜାଲ ସିମେଣ୍ଟ ଓ ବିଭିନ୍ନ ସାମଗ୍ରୀ ଜବତ ହୋଇଛି । ଫେରାର୍ ହୋଇ ଯାଇଛନ୍ତି କାରଖାନା ମାଲିକ । ପୋଲିସ ଅଧିକ ଖୋଳତାଡ ଜାରି ରଖିଛି ।

Leave A Reply

Your email address will not be published.