Latest Odisha News

BREAKING NEWS

ଏକାମ୍ର କ୍ଷେତ୍ର ବାଇ-ଲ’ ନେଇ ବର୍ଷିଲା ବିଜେଡି, ‘ଏତେ ଦିନରୁ କେଉଁଠି ଶୋଇଥିଲା ASI ?’

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ଲାଗି ଜାତୀୟ ସ୍ମାରକୀ ପ୍ରାଧିକରଣ ପକ୍ଷରୁ ପ୍ରସ୍ତାବିତ ବାଇ-ଲ’କୁ ନେଇ ବିଜେଡି ବର୍ଷିଛି । ବିଜେଡି ବିଧାୟକ ତଥା ଦଳୀୟ ମୁଖପାତ୍ର ପ୍ରତାପ ଦେବ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ ଏତେ ଦିନରୁ କେଁଉଠି ଶୋଇଥିଲା ବୋଲି ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଏକାମ୍ର କ୍ଷେତ୍ରର ବିକାଶ କରୁଛନ୍ତି । ଏକାମ୍ର ପାଇଁ ସେମାନଙ୍କ କ’ଣ ବଜେଟ୍ ଥିଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରତାପ ଦେବ ।

ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ପୁରାତନ ଧର୍ମାନୁଷ୍ଠାନର ଉନ୍ନତିକରଣ କରୁଛନ୍ତି । ଉନ୍ନତିକରଣ ଓ ବିକାଶରେ ବାଧା ପହଞ୍ଚାଇବାକୁ ନୂଆ ନୂଆ ଆଇନ୍ ବାହାର କରାଯାଉଛି । ନିଜେ କରିବେନି, ଅନ୍ୟମାନେ କଲେ ବାଧା ଦେବା ଏକ ମାତ୍ର ଲକ୍ଷ୍ୟ । ସେମାନେ ଏଥିରେ ସଫଳ ହେବେନାହିଁ ବୋଲି କହିଛନ୍ତି ପ୍ରତାପ ଦେବ ।

ପୂର୍ବରୁ ଜାତୀୟ ସ୍ମାରକୀ ପ୍ରାଧିକରଣ ପକ୍ଷରୁ ପ୍ରସ୍ତାବିତ ବାଇ-ଲ’କୁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିରୋଧ କରିଛନ୍ତି । ଏନେଇ ବିଜେଡି ସାଂସଦ ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ବାଇ-ଲ’ ପ୍ରତ୍ୟାହାର ଲାଗି ଦାବି ମଧ୍ୟ ଉପସ୍ଥାପନ କରିଛନ୍ତି ।

Leave A Reply

Your email address will not be published.