Latest Odisha News

BREAKING NEWS

ଉତ୍ତରାଖଣ୍ଡ ଋଷିଗଙ୍ଗା ମୁହାଣକୁ ଚଉଡା କଲେ ବିଶେଷଜ୍ଞଙ୍କ ଟିମ୍

ଡେରାଡୁନ: ଉତ୍ତରାଖଣ୍ଡ ଚମୋଲିରେ ପ୍ରକୃତିର ତାଣ୍ଡବ ପରେ ପୁଣିଥରେ ଆଉ ଏକ ବିପଦ ନେଇ ଆଶଙ୍କା କରାଯାଉଛି । ୩୦ ଜଣିଆ ଏକ୍ସପର୍ଟଙ୍କ ଏକ ଟିମ ଋଷିଗଙ୍ଗା ନଦୀର ମୁହାଣକୁ ପାଖାପାଖି ୧୫ ଫୁଟ ଚଉଡା କରିଛନ୍ତି । 

ଏହି ଟିମରେ ଭାରତୀୟ ଭୁବୈଜ୍ଞାନିକ ସର୍ବେକ୍ଷଣ ଓ ୟୁଏସଏସିର ୪-୪ ବୈଜ୍ଞାନିକ ସାମିଲ ଅଛନ୍ତି । ଏହି ଟିମ୍ କଠିନ ପଦଯାତ୍ରା କରି ହ୍ରଦ ଯାଏଁ ପହଞ୍ଚିଥିଲେ। 

ରେଣିରେ ହୋଇଥିବା ହିମସ୍ଖଳନ ପରେ ଋଷିଗଙ୍ଗା ଉପରେ ସୃଷ୍ଟି ହୋଇଥିବା କୃତ୍ରିମ ହ୍ରଦର ତଦାରଖ ପାଇଁ ଏକ୍ସପର୍ଟ ଟିମ ଶନିବାର ଦିନ ଏଠାକୁ ଯାଇଥିଲେ । ପାଣି ଜମା ହୋଇ ଏଠାରେ ଏକ ହ୍ରଦ ସୃଷ୍ଟି ହୋଇଛି । ହ୍ରଦରେ ପ୍ରାୟ ୪.୮୦ କୋଟି ଲିଟର ପାଣି ଥିବାର ଆକଳନ କରାଯାଉଛି । ଏହି ଆକଳନ ହିସାବରେ ହ୍ରଦ ପ୍ରାୟ ୪୮ ହଜାର ଘନ ଲିଟର ପାଣି ଅଛି । ଯଦି ଏହା ଭାଙ୍ଗିଯାଏ ତାହେଲେ ବଡ ଧରଣର ଦୁର୍ଘଟଣା ହୋଇପାରେ ।

ରେଣି ଗ୍ରାମ ପଞ୍ଚାୟତ ପାଖାପାଖି ଅଞ୍ଚଳର ରାସ୍ତା, ଜଳ ପ୍ରଳୟରେ ଭାସି ଯାଇଥିଲା ଓ ଏକ ବିଶାଳ ଅଞ୍ଚଳରେ କାଦୁଅ ମାଟି ଜମି ଯାଇଛି ସେଥିପାଇଁ ଟିମ ସଦସ୍ୟଙ୍କୁ ହ୍ରଦ ଯାଏଁ ସୁରକ୍ଷିତ ଭାବେ ପହଞ୍ଚିବାକୁ ଅଧିକ ପରିଶ୍ରମ କରିବାକୁ ପଡିଥିଲା । ଟିମ୍ ସହ ନେହରୁ ଇନଷ୍ଟିଚ୍ୟୁଟ୍ ଅଫ୍ ମାଉଣ୍ଟନିୟରିଙ୍ଗର ଏକ ପର୍ବତାରୋହଣ ଦଳ ଓ ଏସଡିଆରଏଫ ଯବାନ ମଧ୍ୟ ସାମିଲ ଅଛନ୍ତି।

ଉତ୍ତରାଖଣ୍ଡରେ ଫେବୃଆରୀ ୭ ତାରିଖରେ ଗ୍ଲେସିୟର ଭାଙ୍ଗିବା ଯୋଗୁଁ ହୋଇଥିବା ଜଳ ପ୍ରଳୟରେ ପାଖାପାଖି ୬୮ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୧୪୦ଜଣ ଏବେ ବି ନିଖୋଜ ଅଛନ୍ତି ।

Leave A Reply

Your email address will not be published.