Latest Odisha News

BREAKING NEWS

ଟିଟିଲାଗଡ଼ରୁ ଜବତ ହେଲା ୪ ଲକ୍ଷ ୬୮ ହଜାର ଟଙ୍କାର ଜାଲ୍ ନୋଟ

ଟିଟିଲାଗଡ଼ : ରାଜ୍ୟରେ କାୟାବିସ୍ତାର କରିଚାଲିଛନ୍ତି ଜାଲ୍ ନୋଟ କାରବାର କରୁଥିବା ଗ୍ୟାଙ୍ଗ । ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହି ଜାଲନୋଟ କାରବାର କରୁଥିବା ବ୍ୟକ୍ତିମାନେ ସକ୍ରିୟ ହୋଇ ଉଠିଛନ୍ତି । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଷ୍ଟେସନରୁ ଆଜି ରେଳବାଇ ପୋଲିସ ୪ ଲକ୍ଷ ୬୮ ହଜାର ଟଙ୍କାର ଜାଲନୋଟକୁ ଜବତ କରିବା ସହିିତ ସଂଦିଗ୍ଧ ବ୍ୟକ୍ତିକୁ ଅଟକ ରଖିଛନ୍ତି ।

ଘଟଣା ସୂତ୍ରରୁ ପ୍ରକାଶ ଯେ, ହାତିଆ- ଯଶୋବନ୍ତପୁର ଟ୍ରେନରେ ଜନୈକ ସିଆରପିଏଫ ଯବାନ ଯାତ୍ରା କରୁଥିବା ସମୟରେ ନକଲି ନୋଟ ନେଇ ଜଣେ ବ୍ୟକ୍ତିକୁ ସନ୍ଦେହ କରିଥିଲେ । ତାକୁ ସେହି ଟ୍ରେନ ମଧ୍ୟରେ ସିପାହୀ ଜଣକ ମାଡ଼ିବସି ଧରିବାକୁ ଚେଷ୍ଟା କଲାବେଳେ ଖସିଯିବାକୁ ଚେଷ୍ଟା କରିଥିଲା ଅଭିଯୁକ୍ତ ବ୍ୟକ୍ତି ଜଣକ । ତେବେ ତାକୁ କୌଣସିମତେ କାବୁ କରି ଟିଟିଲାଗଡ଼ ଷ୍ଟେସନରେ ଥିବା ଜିଆରପି ପୋଲସ ଜିମାରେ ଦେଇଥିଲେ ସିପାହୀ ଜଣକ ।

ଜିଆରପି ପୋଲିସ ସଂଦିଗ୍ଧ ବ୍ୟକ୍ତିଙ୍କ ବ୍ୟାଗ ଯାଞ୍ଚ କରିବା ବେଳେ ସେଥିରେ ନକଲି ନୋଟ ରହିଥିବାର ପୋଲିସକୁ ସୂଚନା ମିଳିଥିଲା । ପୋଲିସ ତନାଘନା କରିବା ପରେ ତା’ନିକଟରୁ ପ୍ରାୟ ୪ ଲକ୍ଷ ୬୮ ହଜାର ଟଙ୍କାର ନକଲି ନୋଟ ବାହାରିଥିଲା । ପୋଲିସ ସଂଦିଗ୍ଧ ବ୍ୟକ୍ତିକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ତେବେ ଏହି ଟଙ୍କା କୁଆଡକୁ ଚାଲାଣ ହେଉଥିଲା ତାହା ପୋଲସ ଛାନଭିନ କରୁଛି ।

Leave A Reply

Your email address will not be published.